ETV Bharat / sitara

Vicky-Kat Wedding : ସରିଲା ବିବାହ, ବିକିଙ୍କୁ ସାତ ଜନ୍ମର ସାଥୀ କଲେ କ୍ୟାଟ୍‌

author img

By

Published : Dec 9, 2021, 6:40 PM IST

Updated : Dec 9, 2021, 9:17 PM IST

ସରିଲା ବିକି-କ୍ୟାଟ୍‌ଙ୍କ ବିବାହ । ବିକି କୌଶଲଙ୍କୁ ସାତ ଜନ୍ମର ସାଥୀ କଲେ କ୍ୟାଟ୍ରିନା । ଅଧିକ ପଢନ୍ତୁ

Vicky-Kat Wedding : ସରିଲା ବିବାହ, ବିକିଙ୍କୁ ସାତ ଜନ୍ମର ସାଥୀ କଲେ କ୍ୟାଟ୍‌
Vicky-Kat Wedding : ସରିଲା ବିବାହ, ବିକିଙ୍କୁ ସାତ ଜନ୍ମର ସାଥୀ କଲେ କ୍ୟାଟ୍‌

ଜୟପୁର: ସରିଲା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ । ବିକି କୌଶଲଙ୍କୁ ସାତ ଜନ୍ମର ସାଥୀ କଲେ ସୁନ୍ଦରୀ କ୍ୟାଟ୍ରିନା କୈଫ । ଆଜି(ଗୁରୁବାର) ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସେମାନଙ୍କ ବିବାହ ଶେଷ ହୋଇଛି ବୋଲି ଏକ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ।

@taran_adarsh
@taran_adarsh

ସୁତ୍ର ଅନୁସାରେ, ସିକ୍ସ ସେନ୍ସ ଫୋର୍ଟ ବାବାରାରେ ବିକି ଓ କ୍ୟାଟ୍ ନିଜ ପରିବାର ଲୋକେ ଓ କିଛି ସାଙ୍ଗ ସାଥୀଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । କ୍ୟାଟ୍ରିନା ଗାଢ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ବିକି ଅଫ୍ ହ୍ବାଇଟ୍‌ର ସେରୱାନୀ ପିନ୍ଧିଥିଲେ । ବିକି ବରଯାତ୍ରୀଙ୍କ ସହ ୱିଣ୍ଟେଜ କାରରେ ପଞ୍ଜାବୀ ଗୀତରେ ଏଣ୍ଟ୍ରି କରିଥିଲେ । ସମଗ୍ର ଫୋର୍ଟକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ନବବିବାହିତା ଦମ୍ପତି ରାତିରେ ଅତିଥିଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପନ୍ସ ରଖିଛନ୍ତି ।

@taran_adarsh
@taran_adarsh

ଗତି କିଛି ଦିନ ଧରି ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା । ବିବାହ ହୋଟେଲ, ସାଜସଜ୍ଜା, ନିମନ୍ତ୍ରଣ ପତ୍ର ଆଦି ଭାଇରାଲ ହେଉଥିଲା । କିନ୍ତୁ ଉଭୟଙ୍କ ପକ୍ଷରୁ ଏଯାବତ୍‌ ମଧ୍ୟ କୌଣସି ସ୍ପଷ୍ଟୀକରଣ ଆସିନାହିଁ । ମାତ୍ର ବିଶେଷ ସୂତ୍ରରୁ ଉଭୟ ପରସ୍ପରକୁ ବିବାହ କରିଛନ୍ତି ବୋଲି ସୂଚନା ମିଳିଛି । ସେପଟେ ଫ୍ୟାନ୍ସ ଉଭୟ ଷ୍ଟାରଙ୍କ ସୋସିଆଲ ମିଡ଼ିଆରେ ବିବାହ ଫଟୋ ଦେଖିବାକୁ ଚାତକ ପରି ଚାହିଁ ରହିଛନ୍ତି ।

@taran_adarsh
@taran_adarsh

@ANI

Last Updated : Dec 9, 2021, 9:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.