ମୁମ୍ବାଇ: ବର୍ତ୍ତମାନ ସଫଳତା ଦେଇ ଗତି କରୁଥିବା ଅଭିନେତା ବିକ୍କୀ କୌଶଲ ଶାନଦାର ଅଭିନୟ କରି ଦର୍ଶକଙ୍କ ଫେଭରେଟ ହିରୋ ହୋଇସାରିଛନ୍ତି । ବିକ୍କୀ ସବୁବେଳେ ଦମଦାର ପରଫର୍ମନ୍ସ କରି ସାବ୍ୟସ୍ତ କରିଛନ୍ତି କି ସେ ଏହି ଇଣ୍ଡଷ୍ଟ୍ରିର ଟପ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ।
ଇତିମଧ୍ୟରେ ସେ ଏକ ବୟାନ ନେଇ ଚର୍ଚ୍ଚାରେ ଆସିଛନ୍ତି । ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପାଇଁ ଭଲ ଅଭିନୟ କରିପାରିଛନ୍ତି ବୋଲି କହିଛନ୍ତି ବିକ୍କୀ । ନିକଟରେ ଏକ ଚାର୍ଟ ଶୋରେ କ୍ୟାଟଙ୍କ ସହ ନଜର ଆସିଥିଲେ ବିକ୍କୀ । ଶୋରେ ନିଜ ଟ୍ରେନିଂ ଦିନକୁ ସ୍ମରଣ କରି ବିକ୍କୀ କହିଥିଲେ କି କିପରି ସେ ନିଜ ଦକ୍ଷତାକୁ ଇନଷ୍ଟ୍ରିଚ୍ୟୁଟରେ ସାମିଲ କରିଥିଲେ । ସେ କ୍ୟାମେରାକୁ ଦେଖି 'ତେରୀ ଔର' ଗୀତରେ ଡାନ୍ସ କରୁଥିଲେ । ଜଣାଇ ଦେଉଛୁ ଯେ ଏହି ଗୀତଟି ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ଫିଲ୍ମ 'ସିଙ୍ଗ ଇଜ କିଙ୍ଗ'ର ଗୀତ ।
ଏହାଶୁଣି ସେଠାରେ ଉପସ୍ଥିତ ଥିବା କ୍ୟାଟ କହିଥିଲେ କି ତେବେ ତୁମେ କ୍ୟାମେରାକୁ ଝିଅ ଭାବି ୱାଇବ୍ସ ନେଉଥିଲ । ସେ ବିକ୍କୀଙ୍କୁ ଆହୁରି କହିଥିଲେ କି ତେବେ ଏହା କହିବା ଭୁଲ ହେବ ନାହିଁ କି ତୁମ ସ୍କିଲ୍ସକୁ ଇମ୍ପ୍ରୋଭାଇଜ କରିବାରେ ସେ ସାହାଯ୍ୟ କରିଛନ୍ତି । ବିକ୍କୀ ବି କେଉଁ ଛାଡିବା ବ୍ୟକ୍ତି, ସେ ମଧ୍ୟ କ୍ୟାଟଙ୍କୁ କହିଥିଲେ କି ଗୁରୁଙ୍କ ସହ ବସି ସେ ବହୁତ ଗର୍ବିତ ।
ପ୍ରକାଶ ଥାଉକି ବିକ୍କୀ ଓ କ୍ୟାଟ୍ରିନାଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଶୁଣିବାକୁ ମିଳିଥିଲା । ଦୁଇଜଣଙ୍କୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସିଥିଲା । ଖାଲି ଏତିକି ନୁହେଁ ଏହା ମଧ୍ୟ ଶୁଣିବାକୁ ମିଳୁଥିଲା ଯେ ବିକ୍କୀ ନିଜ ଗର୍ଲଫ୍ରେଣ୍ଡ ଠାରୁ ଦୂରେଇବା ପଛରେ ମଧ୍ୟ କ୍ୟାଟଙ୍କ ହାତ ଥିଲା ।