ETV Bharat / sitara

Vicky-Kat Wedding Update: ରାଜସ୍ଥାନରେ ପହଞ୍ଚିଲେ ନେହା ଧୁପିଆ, କବୀର ଖାନ

author img

By

Published : Dec 7, 2021, 6:21 PM IST

ବିକି-କ୍ୟାଟ୍‌ଙ୍କ ବିବାହ ପାଇଁ ରାଜସ୍ଥାନରେ ଲାଗିଲାଣି ଅତିଥିଙ୍କ ଭିଡ଼ । ଆଜି(ମଙ୍ଗଳବାର) ଏୟାରପୋର୍ଟରେ ଫିଲ୍ମ ମେକର କବୀର ଖାନ ଓ ଅଭିନେତ୍ରୀ ନେହା ଧୁପିଆ ପ୍ରମୁଖ ଏୟାରପୋର୍ଟରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

Vicky-Katrina wedding: ରାଜସ୍ଥାନରେ ପହଞ୍ଚିଲେ ନେହା ଧୁପିଆ, କବୀର ଖାନ

ମୁମ୍ବାଇ: ବଲିଉଡ଼ ଷ୍ଟାର ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ମୁମ୍ବାଇ ଓ ରାଜସ୍ଥାନର ଜୟପୁର ଏୟାରପୋର୍ଟରେ ଅନେକ ଭିଡ଼ ଜମିଛି । ରାଜସ୍ଥାନର ବରୱାଡାରେ ଥିବା ସିକ୍ସ ସେନ୍ସେସ ଫୋର୍ଟ(Six Senses Fort) ହୋଟେଲରେ ବିବାହରେ ସାମିଲ ହେବା ପାଇଁ ଅନେକ ସେଲିବ୍ରିଟି ପହଞ୍ଚିଛନ୍ତି । ମଙ୍ଗଳବାର ସକାଳେ ଫିଲ୍ମ ମେକର କବୀର ଖାନ ଓ ଅଭିନେତ୍ରୀ ନେହା ଧୁପିଆ ପ୍ରମୁଖଙ୍କୁ ଜୟପୁର ଏୟାରପୋର୍ଟରେ ଠାବ କରାଯାଇଛି ।

ଫିଲ୍ମ ମେକର କବୀର ଖାନ କ୍ୟାଟ୍ରିନାଙ୍କ ଘନିଷ୍ଠ ବନ୍ଧୁ ହୋଇଥିବାବେଳେ ସେ ପତ୍ନୀ ମିନି ମାଥୁର ଓ ଝିଅ ସାଇରା ସହିତ ମୁମ୍ବାଇ ଏୟାରପୋର୍ଟରେ ରାଜସ୍ଥାନ ଅଭିମୁଖେ ଯାତ୍ରା କରିଛନ୍ତି । କ୍ୟାଟ୍ରିନା କବୀରଙ୍କ ସହିତ ଅନେକ ଫିଲ୍ମ New York, Ek Tha Tiger ଓ Phantomରେ କାର୍ଯ୍ୟ କରିଛନ୍ତି । ଅଭିନେତ୍ରୀ ନେହା ଧୁପିଆ ସ୍ବାମୀ ଅଙ୍ଗଦ ବେଦିଙ୍କ ସହିତ ମଧ୍ୟ ମୁମ୍ବାଇ ଏୟାରପୋର୍ଟରେ ଠାବ ହୋଇଛନ୍ତି । ଏହି ଦୁହେଁ ବିକି-କ୍ୟାଟଙ୍କ ବିବାହ ଅତିଥିଙ୍କ ମଧ୍ୟରେ ରହିଛନ୍ତି ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ: Vicky-Kat Wedding: ବିବାହ ପୂର୍ବରୁ ଉଭୟଙ୍କ ବିରୋଧରେ ଏତଲା

ଅନ୍ୟପଟେ ବିକି ଓ କ୍ୟାଟ୍ରିନାଙ୍କ ପରିବାର ଓ ବନ୍ଧୁ ପରିଜନ ସୋମବାର ରାତ୍ରିରେ ବିବାହ ସ୍ଥଳ(Wedding destination)ରେ ପହଞ୍ଚିଛନ୍ତି । ଏହି କପଲ୍‌ ଆସନ୍ତା ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବିକି ଓ କ୍ୟାଟ ବରୱାଡା ଫୋର୍ଟରେ ରହିବେ ବୋଲି ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.