ETV Bharat / sitara

Vicky-Kat Wedding: ବିବାହ ପୂର୍ବରୁ ଉଭୟଙ୍କ ବିରୋଧରେ ଏତଲା

author img

By

Published : Dec 7, 2021, 4:04 PM IST

Updated : Dec 7, 2021, 5:28 PM IST

ଆସନ୍ତା ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ଼ ଷ୍ଟାର ବିକି କୌଶଲ ଓ କ୍ୟାଟ୍ରିନା କୈଫ । ତେବେ ବିବାହ ପୂର୍ବରୁ ଉଭୟଙ୍କ ବିରୋଧରେ ଏତଲା ଦେଇଛନ୍ତି ରାଜସ୍ଥାନର ଜଣେ ଆଇନଜୀବୀ । ଜାଣନ୍ତୁ କାହିଁକି

Vicky-kat Wedding: ବିବାହ ପୂର୍ବରୁ ଉଭୟଙ୍କ ବିରୋଧରେ ଏତଲା

ଜୟପୁର: ଆଉ କିଛି ଦିନ ମଧ୍ୟରେ ବିବାହ(Vicky-kat Wedding) ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ଼ ଷ୍ଟାର ବିକି କୌଶଲ ଓ କ୍ୟାଟ୍ରିନା କୈଫ । ବିବାହ ପୂର୍ବରୁ ଉଭୟଙ୍କ ବିରୋଧରେ ରାଜସ୍ଥାନରେ ଏତଲା ଦିଆଯାଇଛି । ସବାଇ ମାଧୋପୁର ଜିଲ୍ଲାର ବରୱାଡ଼ା ନିକଟରେ ଥିବା ସିକ୍ସ ସେନ୍ସେସ ହୋଟେଲ(Six Senses Fort Barwara)ରେ ତାଙ୍କର ବିବାହକୁ ନେଇ ଉକ୍ତ ଅଞ୍ଚଳ ମାତା ମନ୍ଦିରକୁ ଥିବା ରାସ୍ତାକୁ ବନ୍ଦ କରାଯାଇଛି । ଏଥିଲାଗି ରାଜସ୍ଥାନରେ ଆଇନଜୀବୀ ନେତ୍ରବିନ୍ଦ ସିଂହ ହୋଟେଲ ପରିଚାଳକ, କ୍ୟାଟ୍ରିନା କୈଫ, ବିକି କୌଶଲ ଓ ଜିଲ୍ଲାପାଳଙ୍କ ବିରୋଧରେ କରିଛନ୍ତି ଅଭିଯୋଗ ।

ନେତ୍ରିବନ୍ଦ ଜିଲ୍ଲା ଆଇନ ସେବା ପ୍ରାଧିକରଣ(District Legal Services Authority)ରେ ଏମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏହାସହିତ ମନ୍ଦିର ଯିବାକୁ ଥିବା ରାସ୍ତାକୁ ତୁରନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଅପିଲ କରିଛନ୍ତି । ଆଇନଜୀବୀଙ୍କ ଅଭିଯୋଗ ମୁତାବକ ବିକି-କ୍ୟାଟ୍‌ଙ୍କ ବିବାହ ସ୍ଥଳକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ । କିନ୍ତୁ ଐତିହାସିକ ମାତା ମନ୍ଦିର ଯିବାକୁ ରାସ୍ତା ବନ୍ଦ କରିବା ଗ୍ରହଣୀୟ ନୁହେଁ । ଏଠାକୁ ପ୍ରତିଦିନ ଅନେକ ଶ୍ରଦ୍ଧାଳୁ ଆସୁଥିବା ବେଳେ ଏହାକୁ କିଛି ଦିନ ଲାଗି ଲୋକଙ୍କ ଯାତାୟାତ ବନ୍ଦ ରଖାଯାଇଛି । ମନ୍ଦିର ଯିବା ରାସ୍ତାରେ ହୋଟେଲ ପଡୁଥିବାରୁ ସ୍ଥାନୀୟ ପ୍ରଶାସନ ଭିଡ଼କୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନେଇଛି ।

ହୋଟେଲ ସମ୍ମୁଖରେ ମନ୍ଦିରକୁ ଯାଇଥିବା ମୁଖ୍ୟରାସ୍ତା ଚଳିତ ମାସ ୬ ତାରିଖରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଫଳରେ ମନ୍ଦିର ପହଞ୍ଚିବାକୁ ଶ୍ରଦ୍ଧାଳୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିଲାଗି ଆଇନଜୀବୀ ମନ୍ଦିରର ମୁଖ୍ୟ ରାସ୍ତା ଖୋଲିବା ପାଇଁ କରିଛନ୍ତି ଅପିଲ । ତେବେ ସୂଚନା ଥାଉ କି ବିକି-କ୍ୟାଟ୍‌ ରାଜସ୍ଥାନୀ ପରମ୍ପରା ଅନୁଯାୟୀ ବିବାହ କରିବେ । ତାଙ୍କ ବିବାହ ଉତ୍ସବରେ ମୋଟ ୧୨୦ ଜଣ ଅତିଥି ହେବେ ସାମିଲ । ବିବାହର ଉତ୍ସବଗୁଡ଼ିକ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଆଜି(ମଙ୍ଗଳବାର)ଠାରୁ ସଙ୍ଗୀତ ଆଦି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ୯ ତାରିଖରେ ବିବାହ କରିବେ ବିକି-କ୍ୟାଟ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 7, 2021, 5:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.