ମୁମ୍ବାଇ: ଭର୍ସାଟାଇଲ ଆକ୍ଟର ରାଜକୁମାର ରାଓ ଓ ଭୂମି ପେଡନେକର ପ୍ରଥମଥର ପରଦାରେ ରୋମାନ୍ସ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଏହି ଯୋଡି ପ୍ରସ୍ତୁତ ହୋଇସାରିଲେଣି ନିର୍ଦ୍ଦେଶକ ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ଅପକମିଂ କମେଡି ଡ୍ରାମା ଫିଲ୍ମ ‘ବଧାଇ ଦୋ’ର ସୁଟିଂ ପାଇଁ । ମଜାଦାର କଥା ହେଲା ଯେ ଭୂମି ଓ ରାଜକୁମାରଙ୍କ ନୂଆ ଅବତାର ଫିଲ୍ମରେ ଦେଖିବାକୁ ମିଳିବ । ଆଉ ଫିଲ୍ମର କାହାଣୀ ମଧ୍ୟ ନୂଆ । ଯେଉଁଥିରେ ଜଣେ ସମଲିଙ୍ଗୀ ପୁଅ ଆଉ ଜଣେ ସମଲିଙ୍ଗୀ ଝିଅଙ୍କୁ ବିବାହ କରୁଥିବାର ନଜର ଆସିବେ ।
- " class="align-text-top noRightClick twitterSection" data="
">
‘ବଧାଇ ଦୋ‘ର କାହାଣୀ ଅକ୍ଷତ ଘିଲଡିଆଲ ଏବଂ ସୁମନ ଅଧିକାରୀଙ୍କ ଦ୍ବାରା ଲିଖିତ ଯିଏ ଆୟୁଷ୍ମାନ ଖୁରାନା, ଗଜରାଜ ରାଓ ଏବଂ ନୀନା ଗୁପ୍ତାଙ୍କ ଅଭିନେତା ‘ବଧାଇ ହୋ’ର କାହାଣୀ ଲେଖିଥିଲେ । ସେହିପରି ହର୍ଷବର୍ଦ୍ଧନ 2015ରେ ଆସିଥିବା ଫିଲ୍ମର ‘ହଣ୍ଟର’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ।
- " class="align-text-top noRightClick twitterSection" data="
">
‘ବଧାଇ ହୋ’ର ସିକ୍ବେଲ ଫିଲ୍ମ ‘ବଧାଇ ଦୋ’ରେ ରାଜକୁମାର ଦିଲ୍ଲୀର ଜଣେ ପୋଲିସ ଅଧିକାରୀ ରୂପେ ଅଭିନୟ କରୁଛନ୍ତି । ଯିଏ ମହିଳା ଥାନରେ ଏକମାତ୍ର ପୁରୁଷ ପୋଲିସ ଅଫିସର । ସେପଟେ ଭୂମି ଜଣେ ପିଟି ଟିଚର ରୂପେ ନଜର ଆସିବେ । କାହାଣୀଟି ରାଜ ଏବଂ ଭୂମିଙ୍କ ମଧ୍ୟରେ ଏକ ଲାଭେଣ୍ଡର ବିବାହ ବିଷୟରେ । ଲାଭେଣ୍ଡର ବିବାହ ଶବ୍ଦ ଏକ ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ଥିବା ବିବାହକୁ ବର୍ଣ୍ଣନା କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ ଜଣେ କିମ୍ବା ଉଭୟ ପକ୍ଷ ସମଲିଙ୍ଗୀ ଅଟନ୍ତି । 1930 ଦଶକରେ ସମଲିଙ୍ଗୀ ତାରକାମାନଙ୍କ ଯୌନ ସମ୍ପର୍କକୁ କମେଇବା ପାଇଁ ଏହାର ବ୍ୟବହୃତ ହୋଇଥିଲା ।
ପ୍ରକାଶ ଥାଉକି ଜଙ୍ଗଲ ପିକ୍ଚର ଦ୍ବାରା ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମର ସୁଟି ଆସନ୍ତା ବର୍ଷ ଜାନୁଆରିରେ ଆରମ୍ଭ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ