ETV Bharat / sitara

'କଲଙ୍କ' ଓ 'ଆଭେଞ୍ଜର୍ସ ଏଣ୍ଡଗେମ' ମୁହାଁମୁହିଁ, କିଏ ମାରିବ ବାଜି?

ବକ୍ସ ଅଫିସରେ ଏଥର ବହୁ ଚର୍ଚ୍ଚିତ 'କଲଙ୍କ' ଏବଂ ହଲିଉଡ ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡଗେମ' ମଧ୍ୟରେ କଡା କମ୍ପିଟିଶନ ଦେଖିବାକୁ ମିଳିବ । ଯେଉଁଠାରେ 'କଲଙ୍କ' ଫିଲ୍ମରେ ଅନେକ ବଡ ଷ୍ଟାର୍ସଙ୍କୁ ଦେଖିବାକୁ ମିଳିବ, ସେହିଠାରେ 'ଆଭେଞ୍ଜର୍ସ ଏଣ୍ଡଗେମ' ଫିଲ୍ମରୁ ଦର୍ଶକ ଦେଖିବା ପାଇଁ ଗତ ବର୍ଷରୁ ଅପେକ୍ଷା କରିବସିଛନ୍ତି ।

author img

By

Published : Apr 6, 2019, 11:44 PM IST

ଡିଜାଇନ ଫଟୋ

ମୁମ୍ବାଇ: ଅଭିଷେକ ବର୍ମନଙ୍କ ମଲ୍ଟି ଷ୍ଟାରର ଫିଲ୍ମ 'କଲଙ୍କ' ଏପ୍ରିଲ 17ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ଟିଜରକୁ ଠିକଠାକ୍ ଦର୍ଶକଙ୍କ ପ୍ରତିକ୍ରିୟା ମିଳିଥିଲା । କିନ୍ତୁ ନିକଟରେ ରିଲିଜ ହୋଇଥିବା ଏହାର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଫିଲ୍ମରେ ବଡ ବଡ ଷ୍ଟାର୍ସଙ୍କୁ ଏକାଠି ଦେଖିବାକୁ ମିଳିବ ସତ । କିନ୍ତୁ 'କଲଙ୍କ'ର 9 ଦିନ ପରେ ରିଲିଜ ହେବାକୁ ଥିବା ହଲିଉଡର ଚର୍ଚ୍ଚିତ ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡଗେମ' ଏହାକୁ କଡା ଟକ୍କର ଦେବାକୁ ଯାଉଛି । କାରାଣ ଦର୍ଶକ ଗତ ବର୍ଷରୁ ଏହି ହଲିଉଡ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଆସୁଛନ୍ତି ।

ବକ୍ସ ଅଫିସରେ 'କଲଙ୍କ'କୁ ମିଳିବାକୁ ଯାଉଥିବା ଏହି କମ୍ପିଟିଶନ ଉପରେ ଯେତେବେଳେ ବରୁଣଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଜବାବ ବରୁଣ କୁଲ ଅନ୍ଦାଜରେ ଦେଇଥିଲେ । ସେ କହିଥିଲେ କି 'କଲଙ୍କ'ର 9 ଦିନ ପରେ 'ଆଭେଞ୍ଜର୍ସ ଏଣ୍ଡଗେମ' ରିଲିଜ ହେବ । ଏହି 9 ଦିନ ଏହା ସାବ୍ୟସ୍ତ କରିବାକୁ ଖୁବ୍ ଅଧିକା କି ଦର୍ଶକଙ୍କୁ ଫିଲ୍ମ ପସନ୍ଦ ଆସୁବ କି ନାହିଁ ।

ସେ ଆହୁରି କହିଥିଲେ କି ଯଦି ଦର୍ଶକଙ୍କୁ ଫିଲ୍ମ ପସନ୍ଦ ଆସୁଛି ତେବେ କମ୍ପିଟିଶନ ସତ୍ତ୍ବେ ବକ୍ସ ଅଫିସରେ ଫିଲ୍ମ ତିଷ୍ଟି ରହିବ । ସେ ଏହି କଥାର ମଧ୍ୟ ଆଲୋଚନା କରିଥିଲେ କି ଦୁଇ ଫିଲ୍ମ ପାଖରେ ସ୍କ୍ରିନ୍ସର ଅଭାବ ନାହିଁ । ତେଣୁ ଏଥିପାଇଁ ତାଙ୍କୁ ଲାଗୁନାହିଁ କି ଦୁଇ ଫିଲ୍ମ ପରସ୍ପର ଉପରେ ପ୍ରଭାବ ପକାଇବେ ।

ପ୍ରକାଶ ଥାଉକି ପିରିୟଡ ଡ୍ରାମା ଫିଲ୍ମ କଲଙ୍କରେ ବରୁଣ ଓ ଆଲିୟା ମୁଖ୍ୟ ଭୂମିକାରେ ଅଛନ୍ତି । ଏହାସହ ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ଆଦିତ୍ୟ ରାୟ କପୁର ଓ ସୋନାକ୍ଷୀ ମଧ୍ୟ ଫିଲ୍ମରେ ଦେଖାଯିବେ ।

Intro:Body:

GALLERY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.