ETV Bharat / sitara

‘ସଡକ 2’ ପରେ ବଏକଟ ‘କୁଲି ନଂ 1’ ନାରା ଧରିଲେ ୟୁଜର୍ସ

author img

By

Published : Aug 21, 2020, 5:14 PM IST

ବରୁଣ ଓ ସାରାଙ୍କ ଆଗାମୀ ଫିଲ୍ମ ‘କୁଲି ନଂ 1’ ଉପରେ ପରିବାରବାଦ ଅଭିଯୋଗ । ସୋସିଆଲ ମିଡିଆରେ ଫିଲ୍ମ ବ୍ୟାନକୁ ନେଇ ତେଜିଲା ସ୍ବର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ମୁମ୍ବାଇ: ବଲିଉଡରେ ଉପରେ ବର୍ତ୍ତମାନ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ପରିବାରବାଦକୁ ନେଇ ସ୍ବର ଉତ୍ତୋଳନ ହେଉଥିବାର ଦେଖିବାକୁ ମିଳୁଛି । ସୁଶାନ୍ତଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସ ଫେମସ ନିର୍ମାତା ମହେଶ ଭଚ୍ଚ ନିର୍ଦ୍ଦେଶିତ ଫିଲ୍ମ ‘ସଡକ 2’କୁ ପ୍ରଥମେ ଟାର୍ଗେଟ କରିଥିଲେ । ଯାହାକୁ ଆଧାର କରି ଫିଲ୍ମର ଟ୍ରେଲରକୁ ୟୁଟ୍ୟୁବରେ ସବୁଠୁ ଅଧିକ ଡିସଲାଇକ ମିଳିଥିଲା । ଆଉ ଏବେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛି ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ ଓ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ ‘କୁଲି ନଂ 1’।

ଡେଭିଡ ଧୱନଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ହୋଇଥିବା ଫିଲ୍ମ ‘କୁଲି ନଂ 1’ ରିଲିଜ ପାଇଁ ପ୍ରସ୍ତୁତ । କୋରୋନା ପ୍ରକୋପ ପାଇଁ ଏବେ ଫିଲ୍ମର ରିଲିଜକୁ ସ୍ଥଗିତ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମେକର୍ସ ନିଜ ନିଜ ଫିଲ୍ମ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମରେ ରିଲିଜ କରୁଛନ୍ତି । ଏମିତି ଖବର ‘କୁଲି ନଂ 1’କୁ ନେଇ ମଧ୍ୟ ଶୁଣିବାକୁ ପଡୁଛି । ଇତିମଧ୍ୟରେ ଫିଲ୍ମ ଉପରେ ପରିବାରବାଦ ଅଭିଯୋଗ ଲଗାଇ କିଛି ୟୁଜର୍ସ ସୋସିଆଲ ମିଡିଆରେ ଫିଲ୍ମ ବହିଷ୍କାର କରିବାକୁ ଦାବି କରିଛନ୍ତି।

ଟ୍ବିଟରରୁ ନେଇ ଫେସବୁକ ପର୍ଯ୍ୟନ୍ତ ୟୁଜର୍ସ ଫିଲ୍ମ ରିଲିଜକୁ ବ୍ୟାନ କରିବା ସହ ଫିଲ୍ମ ଦେଖିବାକୁ ସମସ୍ତଙ୍କୁ ମନା କରୁଛନ୍ତି । ଫିଲ୍ମ ବିରୋଧରେ ବର୍ତ୍ତମାନ ବ୍ୟାନ ଅଭିଯାନ ଆରମ୍ଭ କରାଯାଇଛି । ୟୁଜର୍ସଙ୍କ ଅନୁଯାୟୀ ‘କୁଲି ନଂ 1’ ଫିଲ୍ମରେ ସମ୍ପୂର୍ଣ୍ଣ ପରିବାରବାଦ ଦେଖିବାକୁ ମିଳୁଛି । କାରଣ ଫିଲ୍ମରେ କଳାକାରଙ୍କଠୁ ନେଇ ନିର୍ଦ୍ଦେଶକ, ପ୍ରଯୋଜକ ସମସ୍ତେ ଫିଲ୍ମ ପରିବାରରୁ ଆସିଛନ୍ତି । ଯାହାକୁ ଆଧାର କରି ଏବେ ଟ୍ବିଟରେ ‘#boycott coolie no 1’ ଟ୍ରେଣ୍ଡ ମଧ୍ୟ କରାଇଛନ୍ତି ୟୁଜର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.