ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ ଲକଡାଉନ ପାଇଁ ନିଜ ପରିବାର ସହ ଘରେ ବନ୍ଦ ଅଛନ୍ତି। ଏହାସହ ସେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହ ସବୁବେଳେ କନେକ୍ଟ ରହୁଛନ୍ତି । ଦେଶବାସୀଙ୍କୁ କୋରୋନା ସଚେତନା ବାର୍ତ୍ତା ଦେଇ ସରୁକ୍ଷତି ରହିବାକୁ ଅନେକଥର ଅପିଲ କରିସାରିଲେଣି । ହେଲେ ଇତିମଧ୍ୟରେ ତାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ସେ ଫିଟ୍ ରହିବା ପାଇଁ ଲକଡାଉନରେ ଏକ ନୂଆ ଉପାୟ ବାଛିଛନ୍ତି।
ଲକଡାଉନରେ ସବୁ ଜିମ ବନ୍ଦ ପଡିଛି । ଯାହାକୁ ଦୃଷ୍ଟିରେ ରଖି ଫିଟନେସ ଫ୍ରିକ ବରୁଣ ଅନଲାଇନ ଯୋଗ କରିବା ଆରମ୍ଭ କରିଦେଇଛନ୍ତି। ଯାହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି।
ସେ ନିଜ ଇନଷ୍ଟାଷ୍ଟୋରିରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଯୋଗ ଆସନ କରୁଥିବାର ଦେଖାଯାଉଛନ୍ତି । ଫଟୋରେ ସେ ଭିଡିଓ କଲିଂରେ ଅଛନ୍ତି । ଏହି ସମୟରେ ଟ୍ରେନର ତାଙ୍କୁ ଯୋଗ ଆସନର ସଠିକ୍ ପୋଜିଶନ କହୁଛନ୍ତି ।
ପ୍ରକାଶ ଥାଉକି ବରୁଣ ଖୁବଶୀଘ୍ର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ‘କୁଲି ନଂ 1’ରେ ନଜର ଆସିବେ। ମାର୍ଚ୍ଚାରେ ଫିଲ୍ମର ଟ୍ରେଲର ରିଲିଜ ହେବାର ଥିଲା । ହେଲେ କୋରୋନା ଭାଇରସ ପାଇଁ ଏହାକୁ ସ୍ଥିଗତ ରଖିଦେଇଥିଲେ ମେକର୍ସ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ବରୁଣଙ୍କ ପିତା ତଥା ନିର୍ମାତା ଡେଭିଡ ଧୱନ।