ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ବରୁଣ ଧୱନ ନିଜର ଆଗାମୀ ଫିଲ୍ମ ‘କୁଲି ନଂ-1’ପାଇଁ ଚର୍ଚ୍ଚାରେ । ସେ ପ୍ରଥମଥର ନିଜ ପିତାଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମରେ ଅଭିନୟ କରୁଛନ୍ତି । ଫିଲ୍ମରେ ତାଙ୍କ ଅପୋଜିଟ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନଜର ଆସିବେ । ନିର୍ମାତା ଡେଭିଡ ଧୱନଙ୍କ 1995ରେ ଆସିଥିବା ସୁପରହିଟ୍ ଫିଲ୍ମ ‘କୁଲି ନଂ-1’ର ଏହା ରିମେକ ଫିଲ୍ମ । ଯେଉଁଥିରେ ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ କରିସ୍ମା କପୁର ଅଭିନୟ କରିଥିଲେ । ଏଥର ଏହାର ରିମେକ ଫିଲ୍ମରେ ଗୋବିନ୍ଦାଙ୍କ ଅବତାରରେ ନଜର ଆସିବେ ବରୁଣ । ଯାହାର ସୁଟିଂ ସେ ଆରମ୍ଭ କରିଦେଇଛନ୍ତି ।
କିଛି ଦିନ ପୂର୍ବରୁ ଫିଲ୍ମର ସୁଟିଂ ବ୍ୟାଙ୍ଗକକରେ ଆରମ୍ଭ ହୋଇଥିଲା । ଏହାର ସୂଚନା ବରୁଣ ସୋସିଆଲ ମିଡିଆରେ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦେଇଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ବରୁଣଙ୍କ ଆଉ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ସେ ବୋଟରେ ଝୁଲୁଥିବାର ଦେଖାଯାଉନ୍ତି ।
ଏହି ଭିଡିଓଟିରୁ ବରୁଣ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଉ ନିଜ ଭୂମିକା ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ସେ କୁୱର ମହେନ୍ଦ୍ର ପ୍ରତାପ ଭୂମିକାରେ ‘କୁଲି ନଂ-1’ର ସୁଟିଂ କରୁଛନ୍ତି ବୋଲି କହିଛନ୍ତି ଆଉ ଫ୍ୟାନ୍ସଙ୍କୁ ଏଣ୍ଟରଟେନମେଣ୍ଟ କରିବାକୁ ଯାଉ ସଙ୍ଗେ ସଙ୍ଗେ ବୋଟରୁ ତଳକୁ ଝୁଲି ପାଣିରେ ଗୋଡ ବୁଡାଉଛନ୍ତି ।
ଫ୍ୟାନ୍ସ ମଧ୍ୟ ଏହି କମେଡି ରୋମାଣ୍ଟି ଫିଲ୍ମ ଦେଖିବାକୁ ଅପେକ୍ଷା କରିବସିଛନ୍ତି । ପ୍ରଥମଥର ସାରା ଓ ବରୁଣଙ୍କ କେମେଷ୍ଟ୍ରି ପରଦାରେ ଦେଖିବାକୁ ପାଇବେ ଦର୍ଶକ ।