ମୁମ୍ବାଇ: ରାତି ପାହିଲେ ବାଜିବ ସାହାନାଇ । ପିଲା ଦିନର ବନ୍ଧୁକୁ ପତ୍ନୀ ଭାବେ ଆପଣେଇବେ ବରୁଣ । ପିଲାବେଳର ବନ୍ଧୁ ହେବ ସାତ ଜନ୍ମର ସାଥି । ହେଲେ ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ନିଜ ବନ୍ଧୁଙ୍କ ସହ ବାଚେଲର୍ସ ପାର୍ଟିର ଆୟୋଜନ କରିଥିଲେ ବରୁଣ । ଯେଉଁ ପାର୍ଟିରେ ସାମିଲ ଥିଲେ ବରୁଣଙ୍କ ସ୍କୁଲ ଓ କଲେଜର କିଛି ଖାସ୍ ବନ୍ଧୁ ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରେ ବରୁଣ ତାଙ୍କର 5-6 ଜଣ ସ୍ପେଶାଲ ବନ୍ଧୁଙ୍କ ମୁମ୍ବାଇରୁ ଆଲିବାଗରେ ପହଞ୍ଚିଥିଲେ । ଆଉ ସେଠାରେ ଆୟୋଜନ ହେଇଥିଲା ରଙ୍ଗାରଙ୍ଗ ପାର୍ଟି । ଯେଉଁଥିରେ ସାଙ୍ଗମାନଙ୍କ ସହିତ ରାତିତମାମ ମସ୍ତି କରିଥିଲେ ବରୁଣ । ରାତି ସରିଥିଲା ହେଲେ ସରିନଥିଲା ପାର୍ଟି । କିଛି ଖାସ୍ ବନ୍ଧୁଙ୍କ ସହ ଫିଲ୍ମ ନିର୍ମାତା ମଧ୍ୟ ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ଆସନ୍ତାକାଲି( ରବିବାର) ଆଲିବାଗର 'ଦ ମ୍ୟାନସନ୍ ହାଉସ'ରେ ବରୁଣ-ନତାଶାଙ୍କ ବିବାହ ହେବ । ଏକୋରୋନାକୁ ଦୃଷ୍ଟିରେ ରଖି ବିବାହରେ ମାତ୍ର ୪୦ ଜଣ ଘନିଷ୍ଠ ବନ୍ଧୁ ସାମିଲ ହେବେ । ଏହା ପୂର୍ବରୁ ବିବାହରେ ସାମିଲ ହେବାକୁ ଥିବା ବନ୍ଧୁ ଓ ସମ୍ପର୍କୀୟଙ୍କର ସମସ୍ତଙ୍କ କୋରୋନା ଟେଷ୍ଟ କରାଯାଇଛି ।