ETV Bharat / sitara

ଆନ୍ତର୍ଜାତୀୟ ନୃତ୍ୟ ଦିବସ: ଡ୍ୟାନ୍ସ ଭିଡିଓ ସେୟାର କଲେ ବରୁଣ-ଶ୍ରଦ୍ଧା

ଆନ୍ତର୍ଜାତୀୟ ନୃତ୍ୟ ଦିବସକୁ ପାଳନ କରିଛନ୍ତି ଶ୍ରଦ୍ଧା ଓ ବରୁଣ । ନିଜ ନିଜ ଇନଷ୍ଟାଗ୍ରାମରେ ଡ୍ୟାନ୍ସ ଭିଡିଓ ସେୟାର କରି ନୃତ୍ୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଦୁଇ ବଲିଉଡ କଳାକାର ।

author img

By

Published : Apr 30, 2019, 8:44 AM IST

ଫାଇଲ ଫଟୋ

ହାଇଦ୍ରାବାଦ: ବଲିଉଡର ଅଭିନେତା ବରୁଣ ଧୱନ ଓ ଶ୍ରଦ୍ଧା କପୁର ଗତକାଲି ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରିଛନ୍ତି । 2015ରେ ରୋମୋ ଡି' ସୁଜାଙ୍କ ଫିଲ୍ମ ଏବିସିଡି-2ରେ ବରୁଣ ଓ ଶ୍ରଦ୍ଧାଙ୍କ ନୃତ୍ୟ ପ୍ରତି ଆଗ୍ରହ ଦେଖିବାକୁ ମିଳିଥିଲା । ନୃତ୍ୟ ଦିବସ ଅବସରରେ ଦୁହେଁ ନିଜ ନିଜ ଇନଷ୍ଟାଗ୍ରାମରେ ଡ୍ୟାନ୍ସ ଭିଡିଓ ସେୟାର କରିଥିଲେ ।

sradha kapoor
ଫଟୋ ସୌଜନ୍ୟ: ଶ୍ରଦ୍ଧା କପୁର ଇନଷ୍ଟା

ଡ୍ୟାନ୍ସ କେବଳ ନୃତ୍ୟ ନୁହେଁ, ଭାବ । ନୃତ୍ୟକୁ ଅନୁଭବ କରିବାକୁ ପଡେ । ତେଣୁ ନୃତ୍ୟ ଦିବସରେ ଦୁହେଁ ନିଜର ଭାବନାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ନୃତ୍ୟ ଦିବସର ଅଭିନନ୍ଦନ ଜଣାଇଛନ୍ତି । ବରୁଣ ଧୱନ ଇନଷ୍ଟାରେ ପୀୟୁଷ ଭଗତଙ୍କ ସହ ଏକ ସ୍ଲୋ ମୋସନରେ ନାଚୁଥିବାର ଭିଡିଓ ସେୟାର କରିଛନ୍ତି । ଅନ୍ୟପକ୍ଷେ ଶ୍ରଦ୍ଧା ନିଜ ଫିଲ୍ମର କିଛି ଗୀତର ମସୁପ ଭିଡିଓ ସେୟାର କରିଛନ୍ତି । ଶ୍ରଦ୍ଧା ସେଥିରେ ସମସ୍ତ ଡ୍ୟାନ୍ସ କୋରିଓଗ୍ରାଫରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

varun dhawan
ଫଟୋ ସୌଜନ୍ୟ: ବରୁଣ ଧୱନ ଇନଷ୍ଟା

ତେବେ ଦୁଇ କଳାକାର ଆଗାମୀ ଫିଲ୍ମ 'ଷ୍ଟ୍ରିଟ ଡ୍ୟାନ୍ସର'ରେ ନଜର ଆସିବେ । ଫିଲ୍ମର ପ୍ରୋମୋ ପାଇଁ #3 ଲେଖି ସୋସିଆଲମିଡିଆରେ ସୁଟର ଫଟୋ ସେୟାର କରାଯାଉଥିଲା । ତେଣୁ ସମସ୍ତେ ଭାବୁଥିଲେ ବୋଧ ହୁଏ ଫିଲ୍ମର ନାଁ ଏବିସିଡି-3 ମାତ୍ର ପରେ ଫିଲ୍ମର ପୋଷ୍ଟର ରିଲିଜ ପରେ ଫିଲ୍ମର ନାମ ଷ୍ଟ୍ରିଟ ଡ୍ୟାନ୍ସର ବୋଲି ଜଣାପଡିଥିଲା ।

Intro:Body:

BANA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.