ETV Bharat / sitara

ଫ୍ୟାନ୍ସଙ୍କ ବ୍ୟବହାରରେ ଭୟଭୀତ ବାଣୀ - versova

ମୁମ୍ବାଇର ଭାର୍ସୋଭା ପୋଲିସ ଷ୍ଟେସନରେ ଜଣେ ଫ୍ୟାନଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ବାଣୀ କପୁର । ଫ୍ୟାନ ଜଣକ ତାଙ୍କ ପିଛା କରୁଥିବାରୁ ଭୟଭୀତ ହୋଇ ଏପରି ପଦକ୍ଷପ ନେଇଛନ୍ତି ବାଣୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବାଣୀ କପୁର
author img

By

Published : May 4, 2019, 11:46 PM IST

ମୁମ୍ବାଇ: ଅଭିନେତ୍ରୀ ବାଣୀ କପୁର ନିଜ ବୋଲ୍ଡ ଅନ୍ଦାଜ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ପପୁଲାର । ନିକଟରେ ତାଙ୍କ ସହ କିଛି ଏମିତି ହୋଇଛି, ଯାହାକୁ ନେଇ ସେ ଖୁବ୍ ଡରିଯାଇଛନ୍ତି । ବାଣୀଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି ଯେ, ବିଳମ୍ବିତ ରାତିରେ ସେ ନିଜ କାର ଦ୍ବାରା କୌଣସି ଏକ ସ୍ଥାନକୁ ଯାଇଥିବା ବେଳେ ତାଙ୍କର ଜଣେ ଫ୍ୟାନ ତାଙ୍କୁ ପିଛା କରିଥିଲେ । ସେହି ଫ୍ୟାନଙ୍କ ବ୍ୟବହାରରେ ବାଣୀ ଭୟଭୀତ ହୋଇ ପୋଲିସ ଷ୍ଟେସନରେ ପହଞ୍ଚି ଯାଇଥିଲେ । ଏହାପରେ ପୋଲିସ ତାଙ୍କୁ ସୁରକ୍ଷିତ ରୂପେ ଘରେ ପହଞ୍ଚାଇଥିଲେ ।

କଥାଟି ହେଲା କି ବାଣୀଙ୍କ ଚିନ୍ତା ସେହି ସମୟରେ ବଢିଯାଇଥିଲା ଯେତେବେଳେ ସେ ଭାର୍ସୋଭାରୁ ବାନ୍ଦ୍ରା ଯାତ୍ରା କରୁଥିଲେ । ସେହି ସମୟରେ ଜଣେ ଫ୍ୟାନ ବାଇକ ନେଇ ତାଙ୍କ ପିଛା କରିବାରେ ଲାଗିଯାଇଥିଲା । ଖାଲି ଏତିକି ନୁହେଁ ଏହାପରେ ବାଣୀ ବ୍ରାନ୍ଦାରୁ ଭାର୍ସୋଭା ଫେରିଲା ବେଳେ ମଧ୍ୟ ସେହି ଫ୍ୟାନ ପୁଣି ପିଛା କରିବା ଆରମ୍ଭ କରିଦେଇଥିଲା ।

ସେହି ପାଗଳ ଫ୍ୟାନ ଠାରୁ ନିଜକୁ ବଞ୍ଚାଇବାକୁ ଯାଇ ବାଣୀ ନିଜ ଡ୍ରାଇଭରକୁ ଭାର୍ସୋଭା ପୋଲିସ ଷ୍ଟେସନକୁ ନେବାକୁ କହିଥିଲେ । ଏହାସହ ସେ ପୋଲିସ ଷ୍ଟେସନରେ ସେହି ବ୍ୟକ୍ତି ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି ।

ସ୍ଲଗ -  ବଲାଗିଂରରେ ରିଲିଜ ହେଲା ବଡ ପରଦା ସମ୍ବଲପୁରୀ ବାୟପିକ ସିନେମା ମୁଇଁ ଦିୱାନା ତୁଇ ଦିୱାନି 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୦୪-୦୫-୧୯
ଫରମାଟ -ପେକେଜ
ଏଙ୍କର-
ବଲାଗିଂରରେ ରିଲିଜ ହୋଇଛି ସମ୍ବଲପୁରୀ ବଡ ପରଦା ସିନେମା ମୁଇଁ ଦିୱାନା ତୁଇ ଦିୱାନୀ  । ଆପ ବିତି ଉପରେ ନିର୍ମିତ ଏହି ବାୟପିକ ସିନେମା ଏକ ସତ୍ୟ  ପ୍ରେମ କାହାଣୀ ଉପରେ ଆଧାରିତ ହୋଇଛି । ଯେଉଁଥିରେ ୧୯୯୦ଦଶକର ପ୍ରେମ କାହାଣୀକୁ ନେଇ ଏହି ସିନେମା । ତେବେ ଏହି ସିନେମାର ବଲାଗିଂର ରମାଇ ହଲରେ ପ୍ରୀମିୟର ହୋଇଥିବା ବେଲେ ଏଥିରେ ସିନେମାର ସବୁ କଲାକାର ତଥା ନିର୍ମାତା ନିଦେ୍ର୍ଦଶକ ସହ ବହୁ ଦର୍ଶକ ଉପସ୍ଥିତ ଥିଲେ । ଏବଂ ଏହି ସିନେମା ଆଗକୁ ଭଲ ବେପାର କରିବା ସହ ଲୋକଙ୍କୁ ଏହାର କାହାଣୀ , ମୁ୍ୟଜିକ ସବୁ ପସନ୍ଦ ଆସିବ ବୋଲି ନିର୍ମାତା ଓ କଲାକାର ଆଶାବାଦୀ ଅଛନ୍ତି ।
ଭି ଓ ୧ 
ବଲାଗିଂରରେ ରିଲିଜ ହୋଇ ଯାଇଛି ବଡ ପରଦା ସମ୍ବଲପୁରୀ ସିନେମା ମୁଇଁ ଦିୱାନା ତୁଇ ଦିୱାନୀ  । ଶ୍ୟାମା ମୁଭିଜର ଏହା ଦ୍ୱିତୀୟ ସିନେମା ହୋଇଥିବା ବେଲେ ଏହାର ପ୍ରୀମିୟର ବଲାଗିଂର ରମାଇ ସିନେମା ହଲରେ ହୋଇ ଯାଇଛି । ୧୯୯୦ ଦଶକର ଏକ ସତ୍ୟ ପ୍ରେମ କାହାଣୀ  ଉପରେ ଆଧାରିତ ଏହି ସମ୍ବଲପୁରୀ ବାୟୋପିକ ସିନେମା । ଯେଉଁଥିରେ ମୁଖ୍ୟ ଭୁମିକାରେ ରିଶି ଓ ଶ୍ୟାମ ଅଛନ୍ତି । ଏବଂ ତାଙ୍କ ବିପକ୍ଷରେ ଦୁଇ ହିରୋଇନ କବିତା ଓ ଅଞ୍ଜୁ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି । ଏହା ସହ ଏହି ସିନେମାରେ ଓଡିଆ ସିନେ ଜଗତର ଆହୁରି ଜଣା ଶୁଣା ଅଭିନେତା ଥିବା ବେଲେ ଏହାର ପ୍ରଯୋଜନା କରିଛନ୍ତି ନବ ମହତ ଓ ନିଦେ୍ର୍ଦଶନା ଦେଇଛନ୍ତି ମାନ ଭଞ୍ଜନ ନାୟକ । ସେହିପରି ଗୋପାଲ ପ୍ରଧାନ ଏହି ସିନେମାରେ କେମେରା ମେନ ଦାୟିତ୍ତ୍ୱ ତୁଲାଇଛନ୍ତି । ତେବେ ସିନେମା ଟି ଦୁଇ ଘନିଷ୍ଠ ସାଙ୍ଗ ଓ ତାଙ୍କ ପ୍ରେମ କାହାଣୀ ତଥା ସଂର୍ଘଷକୁ ନେଇ ତିଆରି ହୋଇଛି । ଯାହାକୁ ନେଇ ସବୁ ଅଭିନେତା ଖୁବ ଆଶାବାଦୀ ଥିବା ବେଲେ ଏହି ସିନେମା ଲୋକଙ୍କୁ ନିଶ୍ଚୟ ପସନ୍ଦ ଆସିବ ବୋଲି ଏମାନେ କହିଛନ୍ତି ।
ବାଇଟ- କବିତା - ଅଭିନେତ୍ରୀ
ବାଇଟ- ଶ୍ୟାମ - ଅଭିନେତା 
ଭି ଓ ୨
ଏକ ସତ୍ୟ ପ୍ରେମ କାହାଣୀ ଉପରେ ବାୟୋପିକ ସମ୍ବଲପୁରୀ ସିନେମା ତିଆରି କରିଥିବା ପ୍ରଯୋଜକ ତଥା  ନିଦେ୍ର୍ଦଶକ ସିନେମାକୁ ନେଇ ଖୁବ ଆଶା ବାଦୀ ଅଛନ୍ତି । ଏବଂ ଭଲ ମ୍ୟୁଜିକ ସାଙ୍ଗକୁ ଭଲ ପ୍ରେମ କାହାଣୀ ଲୋକଙ୍କୁ ଆକୃଷ୍ଟ କରିବ ବୋଲି ଏମାନେ ଆଶା ବାଦୀ ଅଛନ୍ତି । ତେବେ ବେପାର ଦୃଷ୍ଟିରୁ ଆଗରେ ବଲିଉଡ ଓ ତା ବହୁ ପଛରେ ଓଲିଉଡ ଥିବା ବେଲେ ଏହି ସମ୍ବଲପୁରୀ ସିନେମା କମ ବଜେଟରେ ତିଆରି ହୋଇଥିବା ବେଲେ କୌଣସି ଗୁଣରେ ଖରାଫ ନୁହେଁ ବୋଲି ନିଦେ୍ର୍ଦଶକ କହିଛନ୍ତି ।  ସେହିପରି ଏହି ସିନେମାର ନିର୍ମାତା ମଧ୍ୟ ମାନିଛନ୍ତି ଯେ ସବୁ ସିନେମା ପାଇଁ ଓଡିଶାରେ କିଛି ନିୟମ ରହିଛି ଯେଉଁଥିରେ ଓଡିଆ ସିନେମା ପାଇଁ ବର୍ଷକୁ ସବୁ ସିନେମା ହଲରେ ୯୦ ଦିନର ଅନୁନ୍ୟ ସମୟ ଧାର୍ଯ୍ୟ ହୋଇଛି । ତେବେ ଏହି ଭିତରେ ସମ୍ବଲପୁରୀ ସିନେମାକୁ ମଧ୍ୟ ସାମିଲ କରାଯାଇ ତା ପାଇଁ ଅନୁନ୍ୟ ୩୦ ଦିନ ଧାର୍ଯ୍ୟ କରିବା ପାଇଁ ଏମାନେ ଦାବୀ କରିଛନ୍ତି । ଯାହଦ୍ୱାରା ସମ୍ବଲପୁରୀ ସିନେ ଜଗତକୁ ମଧ୍ୟ ପ୍ରତ୍ସାହନ ମିଳିବ ବୋଲି ଏମାନେ କହିଛନ୍ତି ।
ବାଇଟ-ମାନ ଭଞ୍ଜନ ନାୟକ-ନିଦେ୍ର୍ଦଶକ 
ବାଇଟ- ନବ ମହନ୍ତ- ପ୍ରଯୋଜକ 
ଏଫ ଭି ଓ 
ସମ୍ବଲପୁରୀ ସିନେମା ମୁଇଁ ଦିୱାନା ତୁଇ ଦିୱାନୀ ଗୋଟିଏ ଲୋ ବଜେଟ ସିନେମା ହୋଇଥିଲେ ମଧ୍ୟ ଭଲ ସଂଗିତ ସାଙ୍ଗକୁ ଭଲ କାହାଣୀ ଓ ଅଭିନେତାଙ୍କ ଆକର୍ଷଣୀୟ ଅଭିନୟ ଦର୍ଶକଙ୍କୁ କେତେ ମୁଗ୍ଧ କରୁଛି ତାହା ଦେଖିବାକୁ ବାକି ରହିଲା । 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.