ମୁମ୍ବାଇ: ଅଭିନେତ୍ରୀ ବାଣୀ କପୁରଙ୍କ ଆଗାମୀ ଫିଲ୍ମ 'ବେଲ ବଟମ'ର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଯେଉଁଥିପାଇଁ ସେ କହିଛନ୍ତି, ଦୀର୍ଘ ସମୟର ବିରତି ପରେ ପୁଣି କାମ ଆରମ୍ଭ କରି ବହୁତ ଖୁସି ଲାଗୁଛି ।
ବାଣୀ କହିଛନ୍ତି, ମୁଁ ଦୀର୍ଘ ସମୟର ବିରତି ପରେ କାମ ଆରମ୍ଭ କରିଥିବାରୁ ବହୁତ ଖୁସି ଅଟେ । କିନ୍ତୁ ବହୁତ ସତର୍କତା ଅବଲମ୍ବନ କରି କାମ କରିବାକୁ ପଡିବ । ଯାହା ବି ହେଉ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ନେଇ ମୁଁ ବହୁତ ଉତ୍ସାହିତ ।
ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଷ୍ଟାର ଅକ୍ଷୟ କୁମାର ଏବଂ ନିର୍ମାତାମାନେ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହା ସ୍କଟଲ୍ୟାଣ୍ଡରେ ସୁଟିଂ ହେବ । ଅଗଷ୍ଟ ପ୍ରଥମ ସପ୍ତାହରୁ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତ ହେବ । ଫିଲ୍ମ 'ବେଲ୍ ବଟମ୍' ରେ ବାଣୀ ଏବଂ ଅକ୍ଷୟ ମୁ୍ଖ୍ୟ ଭୂମିକାରେ ନଜର ଆସିବେ ।
ନିକଟରେ ଅକ୍ଷୟ ଏହି ଚଳଚ୍ଚିତ୍ରର ପୁରା କାଷ୍ଟର ଫଟୋ ମଧ୍ୟ ସେୟାର କରିଥିଲେ । ଅକ୍ଷୟ ଏବଂ ବାଣୀଙ୍କ ସହ ଲାରା ଦତ୍ତା ଏବଂ ହୁମା କୁରେଶି ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
ପ୍ରକାଶ ଥାଉ କି, ଏହି ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ 2 ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି ।