ମୁମ୍ବାଇ: ନିକଟରେ ରିଲିଜ ହୋଇଛି ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ’। ଗୋଟିଏ ପଟେ ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବାବେଳେ ଅନ୍ୟପଟେ କିନ୍ତୁ ଏହାକୁ ଭୂରି ଭୂରି ପ୍ରଶଂସା କରାଯାଉଛି। ଆଉ ଏହା ମଧ୍ୟରେ ଆଉ ଏକ ଖୁସି ଖବର ଆସିଛି।
‘ଛପାକ’ ଫିଲ୍ମରେ ପ୍ରଭାବିତ ହୋଇ ଉତ୍ତରାଖଣ୍ଡ ସରକାର ରାଜ୍ୟର ଏସିଡ୍ ପୀଡିତାଙ୍କ ପାଇଁ ପେନସନ୍ ସ୍କିମ୍ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଜଣାଇଛନ୍ତି ଉତ୍ତରାଖଣ୍ଡ ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ରେଖା ଆର୍ଯ୍ୟ।
ଏନେଇ ସେ କହିଛନ୍ତି,‘ ଏହି ପ୍ରସ୍ତାବ ଆମେ କ୍ୟାବିନେଟ୍ ସାମ୍ନାରେ ରଖିବୁ। ଏହି ସ୍କିମ୍ ଲାଗୁ ହେବା ପରେ ଏସିଡ୍ ଆଟାକ୍ ପୀଡିତାଙ୍କୁ ପ୍ରତିମାସରେ 5-6 ହଜାର ଟଙ୍କା ଦିଆଯିବ। ଏହି ଟଙ୍କାକୁ ସେମାନେ ନିଜର ସ୍ବପ୍ନ ପୂରଣ ପାଇଁ ଖର୍ଚ୍ଚ କରିବେ।’
‘ଛପାକ’ ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ 10.50 କୋଟି ଟଙ୍କା ବ୍ୟବସାୟ କରିଛି।