ହାଇଦ୍ରାବାଦ: ଜମ୍ମୁ କାଶ୍ମୀର ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଚଳଚ୍ଚିତ୍ର ସମୀକ୍ଷକ ତଥା ଅଭିନେତା କମାଲ ରଶିଦ ଖାନ ବା KRK । ସୋସିଆଲ ମିଡିଆରେ ଜମ୍ମୁ କାଶ୍ମୀରକୁ ନେଇ ଅନେକ ଟ୍ବିଟ କରିଛନ୍ତି KRK । ଏକ ଟ୍ବିଟରେ କହିଥିଲେ,‘ ଯଦି କୌଣସି ସୁନ୍ଦରୀ କାଶ୍ମୀର ଝିଅ ମତେ ବାହା ହେବାକୁ ଚାହାଁନ୍ତି ତ ମୁଁ ସେଥିପାଇଁ ପ୍ରସ୍ତୁତ ।’
ଏହାକୁ ନେଇ ୟୁଜର୍ସ ରାଗିବା ସହ KRKଙ୍କ ଖୁବ ଥଟ୍ଟା କରିଥିଲେ । କେତେକ ୟୁଜର୍ସ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ବିବାହ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହାସହ କେତକ ତାଙ୍କୁ ଏନେଇ ସମାଲୋଚନା ମଧ୍ୟ କରିଛନ୍ତି ।