ମୁମ୍ବାଇ: କୋରୋନା ଭାଇରସ ପାଇଁ ଦେଶକୁ ଏଯାବତ ଲକଡାଉନ ରଖାଯାଇଛି । ହେଲେ ସେଲିବ୍ରିଟି ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହ କନେକ୍ଟ ରହୁଛନ୍ତି। ସେହିପରି ନିଜ ବୋଲ୍ଡ ଅବତାର ଦ୍ବାରା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରୁଥିବା ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ତାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ ହୋଇଯାଇଛି। ଏହାର ସୂଚନା ସେ ଏକ ଟ୍ବିଟ ଜରିଆରେ ସମସ୍ତଙ୍କୁ ଦେଇଛନ୍ତି। ଖାଲି ଏତିକି ନୁହେଁ ଫେସବୁକ ହ୍ୟାକ ହେବା ଅଭିଯୋଗ ସେ ମୁମ୍ବାଇ ପୋଲିସରେ ରୁଜୁ ମଧ୍ୟ କରିଛନ୍ତି।
ତାଙ୍କ ଅଭିଯୋଗ ପରେ ମୁମ୍ବାଇ ପୋଲିସ କାର୍ଯ୍ୟନୁଷ୍ଠାନ ନେଇଥିଲା । ଆଉ ଟ୍ବିଟ କରି କୁହାଯାଇଥିଲା, ‘ଆମେ ଆପଣଙ୍କ ଅଭିଯୋଗକୁ ସାଇବର ପୋଲିସ ଷ୍ଟେସନକୁ ପଠାଇ ଦେଇଛୁ।’
ପ୍ରକାଶ ଥାଉକି ଏହାପୂର୍ବରୁ ତଥା 2017ରେ ଉର୍ବଶୀଙ୍କ ଟ୍ବିଟର ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିଲା। ଯାହାପରେ ସେ ଫେସବୁକ ଜରିଆରେ ଏହାର ସୂଚନା ଦେଇଥିଲେ। ସେହି ସମୟରେ ତାଙ୍କ ଆକାଉଣ୍ଟରୁ ଆପତ୍ତିଜନକ ଟ୍ବିଟ ମଧ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଚିନ୍ତିତ ହୋଇଯାଇଥିଲେ ସେ।