ETV Bharat / sitara

କୋରୋନା ଭାଇରସ ଓ ଦିଲ୍ଲୀ ହିଂସାରେ ଉର୍ମିଲାଙ୍କ ଟ୍ବିଟ

author img

By

Published : Mar 3, 2020, 7:21 PM IST

ଟ୍ବିଟ କରି ଚର୍ଚ୍ଚାରେ ଫେମସ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର। ସେ କୋରୋନା ଭାଇରସ ସହ ଦେଶର ବର୍ତ୍ତମାନ ପରିସ୍ଥିତି ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି।

urmila matondkar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଧିରେ ଧିରେ ପୁରା ଦୁନିଆରେ ବ୍ୟାପିବାରେ ଲାଗିଛି। କିଛି ଦିନ ମଧ୍ୟରେ ଭାରତରେ ମଧ୍ୟ କୋରୋନା ଭାଇରସ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହି ଭାଇରସ ଉପରେ ଅନେକ ରାଜନେତା ଚିନ୍ତିତ ନଜର ଆସୁଛନ୍ତି । ସେପଟେ ବଲିଉଡ ଷ୍ଟାର୍ସ ମଧ୍ୟ କୋରୋନା ଭାଇରସ ଉପରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଉର୍ମିଲା ମାତୋଣ୍ଡକର

ସେ କୋରୋନା ଭାଇରସ ଓ ଦେଶର ବର୍ତ୍ତମାନ ପରିସ୍ଥିତି ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି, ‘କେତେ ଘାତକ ଏବଂ ଭୟାନକ କୋରୋନା ଭାଇରସ, ଯାହା ବାସ୍ତବରେ ଚିନ୍ତାର ବିଷୟ। ହେଲେ ଘୃଣା ଓ କଠୁରତା ଭାଇରସର କଣ। ଯାହା ଆମକୁ ପୂର୍ବରୁ ମାରିଚାଲିଛି। ଏହାକୁ ସମ୍ପୂର୍ଣ୍ଣ ରୂପେ କେବେ ଶେଷ କରାଯିବ ? ଦିଲ୍ଲୀ ହିଂସା 2020, ଦୟା କରି ଏହା ଉପରେ ମଧ୍ୟ କାମ କରନ୍ତୁ।’

ବର୍ତ୍ତମାନ ତାଙ୍କ ଏହି ଟ୍ବିଟ ଉପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ଓ ଫ୍ୟାନ୍ସ ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ପ୍ରକାଶ ଥାଉକି କୋରୋନା ଭାଇରସ 70 ଦେଶ ସହ ଭାରତରେ ମଧ୍ୟ ଚିହ୍ନଟ ହୋଇଛି। ସୋମବାର ଦିଲ୍ଲୀ, ତେଲେଙ୍ଗାନା ଓ ଜୟପୁରରେ ଏହି ଭାଇରସ ସଂକ୍ରମିତ ତିନି ରୋଗୀଙ୍କୁ ଟିହ୍ନଟ କରାଯାଇଥିଲା। ଆଉ ଆଜି ଆଗ୍ରାରେ କୋରୋନା ଭାଇରସରେ ଗୋଟିଏ ପରିବାରର 6 ଜଣ ଆକ୍ରନ୍ତ ହୋଇଛନ୍ତି । ଯାହା ଦେଶରେ ଏବେ ଭୟର ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.