ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଳା ମାତୋଣ୍ଡକର ରବିବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ହୋମ କ୍ବାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଏ ସମ୍ପର୍କରେ ସେ ଟ୍ବିଟ କରି ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ କୋଭିଡ଼ ପରୀକ୍ଷା କରାଇ ନେବାକୁ ଦେଇଛନ୍ତି ପରାମର୍ଶ ।
-
I've tested positive for #COVID19
— Urmila Matondkar (@UrmilaMatondkar) October 31, 2021 " class="align-text-top noRightClick twitterSection" data="
I'm fine n have isolated myself in home quarantine. Requesting everyone who came in contact with me to get tested immediately.
Also humbly request all you lovely people to take care of yourselves during the Diwali festivities 🙏😇
">I've tested positive for #COVID19
— Urmila Matondkar (@UrmilaMatondkar) October 31, 2021
I'm fine n have isolated myself in home quarantine. Requesting everyone who came in contact with me to get tested immediately.
Also humbly request all you lovely people to take care of yourselves during the Diwali festivities 🙏😇I've tested positive for #COVID19
— Urmila Matondkar (@UrmilaMatondkar) October 31, 2021
I'm fine n have isolated myself in home quarantine. Requesting everyone who came in contact with me to get tested immediately.
Also humbly request all you lovely people to take care of yourselves during the Diwali festivities 🙏😇
ଏହି ୪୭ ବର୍ଷୀୟ ଅଭିନେତ୍ରୀ ଏ ସମ୍ପର୍କରେ ଟ୍ବିଟରରେ ସୂଚନା ଦେଇ ଲେଖିଛନ୍ତି ଯେ ସେ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ରହିଛନ୍ତି ଏବଂ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯଥାଶୀଘ୍ର କୋଭିଡ଼ ଟେଷ୍ଟ କରିବା ପାଇଁ ସେ କହିଛନ୍ତି । ଏହାସହିତ ଦିୱାଲି ସମୟରେ ସମସ୍ତଙ୍କୁ ନିଜର ଯତ୍ନ ନେବା ସହିତ ସତର୍କ ରହିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।
ସେପଟେ ଗତ ଶନିବାର ମୁମ୍ବାଇରେ ୩୦୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୫ ହଜାର ୬୩୨ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬ ହଜାର ୨୪୪ରେ ପହଞ୍ଚିଛି । ସେପଟେ ସକ୍ରିୟ ମାମଲା ରହିଛି ୩୯୬୬ ।
ତେବେ ସୂଚନା ଥାଉ କି ଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସରୁ ଟିକେଟ ପାଇଁ ନିର୍ବାଚନ ଲଢିଥିଲେ ଉର୍ମିଳା । କିନ୍ତୁ ସେ ଏଥିରେ ଅସଫଳ ହୋଇଥିଲେ । ଏହାପରେ ସେ ଗତବର୍ଷ ଶିବସେନାରେ ସାମିଲ ହୋଇଥିଲେ ।
@PTI