ETV Bharat / sitara

ତାଣ୍ଡବ ଉପରେ ହେବ ଆକ୍ସନ, ଘଟଣାର ତଦନ୍ତ କରିବ ୟୁପି ପୋଲିସ

author img

By

Published : Jan 19, 2021, 8:41 PM IST

ୱେବ ସିରିଜ ତାଣ୍ଡବକୁ ନେଇ ଜବରଦସ୍ତ ହଙ୍ଗାମା । ବୁଧବାର ସକାଳେ ଉତ୍ତରପ୍ରଦେଶ ପୋଲିସର ଏକ ଟିମ୍ ମୁମ୍ବାଇରେ ପହଞ୍ଚି ଘଟଣାର ତଦନ୍ତ କରିବେ । ଅଧିକ ପଢନ୍ତୁ...

UP police team to arrive in Mumbai on Wednesday
ତାଣ୍ଡବ ଉପରେ ହେବ ଆକ୍ସନ,ଘଟଣାର ତଦନ୍ତ କରିବ ୟୁପି ପୋଲିସ

ମୁମ୍ବାଇ: ୱେବ ସିରିଜ ତାଣ୍ଡବକୁ ନେଇ ଜବରଦସ୍ତ ହଙ୍ଗାମା । ବଲିଉଡ ଅଭିନେତା ସୈଫ ଅଲୀ ଖାନ ଓ ଡିମ୍ପଲ କପାଡିଆଙ୍କ ମଲ୍ଟି-ଷ୍ଟାରର ୱେବ ସିରିଜକୁ ନେଇ ବଡ ବିବାଦ ଦେଖାଦେଇଛି ।

ତାଣ୍ଡବ ସିରିଜ ହିନ୍ଦୁ ଭାବନାକୁ ଆଘାତ ଦେଇଛି ବୋଲି ଉତ୍ତରପ୍ରଦେଶ ପୋଲିସ ନିକଟରେ ଏକ ମାମଲା ଦାୟର କରାଯାଇଛି ।

ବୁଧବାର ସକାଳେ ଉତ୍ତରପ୍ରଦେଶ ପୋଲିସର ଏକ ଟିମ୍ ମୁମ୍ବାଇରେ ପହଞ୍ଚି ଘଟଣାର ତଦନ୍ତ କରିବେ ।

ଉତ୍ତରପ୍ରଦେଶ ପୋଲିସରେ ଏକ ମାମଲା ରୁଜୁ ହେବା ପରେ ଉତ୍ତରପ୍ରଦେଶ ପୋଲିସର ଏକ ଟିମ୍ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ତାଣ୍ଡବ ୱେବ୍ ସିରିଜ୍ ନିର୍ମାତା ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ୱେବ ସିରିଜ ତାଣ୍ଡବ ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ଏହାର କୌଣସି ଜୀବତ ବ୍ୟକ୍ତି ଓ ଘଟଣା ସହ ସମ୍ପୃକ୍ତି ନାହିଁ । ତବେ ଦର୍ଶକଙ୍କ ପକ୍ଷରୁ ବ୍ୟକ୍ତ କରାଯାଉଥିବା ଚିନ୍ତାକୁ ଗମ୍ଭୀରତାର ସହ ନିଆଯାଉଛି ଓ କହାରି ଭାବନାକୁ ଯଦି ଅଜାଣତରେ ଆଘାତ ପହଞ୍ଚିଥିବ ତେବେ ଆମେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.