ମୁମ୍ବାଇ: ବାପାଙ୍କ ଶେଷକୃତ୍ୟରେ ସାମିଲ ହୋଇପାରିଲେନି ରିଦ୍ଧିମା କପୁର । ଗୁରୁବାର ସକାଳେ ଅଭିନେତା ଋଷି କପୁରଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦିଲ୍ଲୀରେ ରହୁଥିବା ଝିଅ ଆସିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଠିକ ସମୟରେ ପହଞ୍ଚି ପାରିନଥିଲେ ।
ଦିଲ୍ଲୀରୁ ମୁମ୍ବାଇ ଆସିବା ପାଇଁ ରିଦ୍ଧିମାଙ୍କୁ ସରକାରୀ ପାସ ମଧ୍ୟ ମିଳିଥିଲା । ଏହାପରେ ସେ 1400 କିଲୋମିଟର କାରରେ ଆସୁଥିଲେ । କିନ୍ତୁ ଏପଟେ ପୁଅ ରଣବୀର ଶେଷକୃତ୍ୟ ସଂପନ୍ନ କରିଥିଲେ । ଭିଡିଓ କଲରେ ବାପାଙ୍କର ଶେଷ ସଂସ୍କାର ଦେଖିଥିଲେ ଝିଅ ରିଦ୍ଧିମା ।
ଶେଷକୃତ୍ୟରେ ସାମିଲ ଥିଲେ ଋଷିଙ୍କ ସଂପର୍କୀୟ ଏବଂ ପରିବାର । ଗାଡି ଚଳାଇ ଏତେ ବାଟ ଆସିବା କଷ୍ଟକର ଥିବାରୁ ବିଳମ୍ବ ହୋଇଥିଲା । ଫଳରେ ଶ୍ମଶାନ ଘାଟରେ ଭିଡିଓ କଲରେ ହିଁ ଶେଷ ଥର ବାପାଙ୍କୁ ଦେଖିଥିଲେ ରିଦ୍ଧିମା ।