ମୁମ୍ବାଇ: ଦୀର୍ଘ ସମୟରୁ ଆମାଜନ ପ୍ରାଇମ ଭିଡିଓର ପପୁଲାର ୱେବ ସିରିଜ ‘ମିର୍ଜାପୁର 2’ ଦେଖିବାକୁ ବ୍ୟାକୁଳ ନଜର ଆସୁଛନ୍ତି ଦର୍ଶକ । ଫେମସ ଆକ୍ଟର ଅଲ୍ଲୀ ଫଜଲଙ୍କ ଏହି ସିରିଜର ପ୍ରଥମ ସିଜନ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ଯାହାପରଠୁ ଏହାର ଦ୍ବିତୀୟ ସିଜନକୁ ନେଇ ଏକ୍ସାଇଡେଟ ସମସ୍ତେ । ଏବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି । କାରଣ ସାମ୍ନାକୁ ଆସିଯାଇଛି ଶୋ ଷ୍ଟ୍ରିମିଂ ତାରିଖ ।
ଆଜ୍ଞା ହଁ ସିରିଜର ଏକ ଟିଜର ଭିଡିଓ ଜାରି କରି ମେକର୍ସ ଷ୍ଟ୍ରିମିଂ ତାରିଖ ଖୁଲାସା କରିଛନ୍ତି । ଅକ୍ଟୋବର 23ରେ ଅନଏୟାର ହେବ ସିରିଜ । ‘ମିର୍ଜାପୁର’ ସିରିଜ ଉତ୍ତର ପ୍ରଦେଶର ମିର୍ଜାପୁକ ପୃଷ୍ଠଭୂମି ଉପରେ ଆଧାରିତ । ଏହି ୱେବ ସିରିଜର ସବୁ ଏପିସୋଡ ରୋମାଞ୍ଚଭରା ହେବାକୁ ଯାଉଛି ।
- " class="align-text-top noRightClick twitterSection" data="">
ପ୍ରକାଶ ଥାଉକି ‘ମିର୍ଜାପୁର’ ପ୍ରଥମ ସିଜନରେ ଅଲ୍ଲୀଙ୍କ ସହ ପଙ୍କଜ ତ୍ରିପାଠୀ, ଦେବ୍ୟନ୍ଦୁ ଶର୍ମା ଓ ବିକ୍ରାନ୍ତ ମେସି ଭଳି କଳାକାର ଦମଦାର ଅଭିନୟ କରିଥିଲେ । ଜବରଦସ୍ତ ଡାଇଲଗ ସହ ଦର୍ଶକଙ୍କ ମନ କିଣିବାରେ ସଫଳ ମଧ୍ୟ ଏହି ଷ୍ଟାର୍ସ ।
ପୂର୍ବରୁ ଶୁଣିବାକୁ ମିଳୁଥିଲା ‘ମିର୍ଜାପୁର 2’ ନଭେମ୍ବର 25ରେ ଅନଏୟାର ହେବ । ହେଲେ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଦେଖି ଅକ୍ଟୋବରରେ ଏହାର ଟେଲିକାଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ମେକର୍ସ ।