ETV Bharat / sitara

ଅକ୍ଷୟଙ୍କ ମହାନ କାର୍ଯ୍ୟରେ ଗର୍ବିତ ଟ୍ବିଙ୍କଲ

author img

By

Published : Mar 30, 2020, 3:05 PM IST

ସ୍ବାମୀ ଅକ୍ଷୟ କୁମାରଙ୍କ ବଡ ନିଷ୍ପତ୍ତି ଉପରେ ଖୁସି ଅଛନ୍ତି ପତ୍ନୀ ଟ୍ବିଙ୍କଲ ଖାନ୍ନା । ତାଙ୍କ 25 କୋଟି ଦାନ କରିବାକୁ ନେଇ ଗର୍ବ ଅନୁଭବ କରୁଛନ୍ତି।

_ twinkle khanna reaction
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କୋରୋନା ଭାଇରସ ମହାମାରୀ ସହ ଲଢୁଛନ୍ତି ବିଶ୍ବବାସୀ । ଭାରତ 21 ଦିନ ପର୍ଯ୍ୟନ୍ତ ଲକଡାଉନ ଥିବା ଯୋଗୁଁ ଗରିବ, ଦିନ ମଜୁରିଆ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ହେଲେ ଏମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ଅନେକ ସେଲିବ୍ରଟି। ଏହି କ୍ରମରେ ସାମିଲ ଅଛନ୍ତି ଖିଲାଡି ଅକ୍ଷୟ କୁମାର। ଏହି ଭାଇରସ ସହ ଲଢିବା ପାଇଁ ଅକ୍ଷୟ 25 କୋଟି ଟଙ୍କା ଦାନ କରିଛନ୍ତି । ସେ ପ୍ରଥମ ଏମିତି ଅଭିନେତା ଯିଏ ମୋଟା ଅଙ୍କ ଦାନ କରିଛନ୍ତି। ତାଙ୍କ ଏହି କାର୍ଯ୍ୟ ଉପରେ ବର୍ତ୍ତମାନ ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନା।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଟ୍ବିଙ୍କଲ ଖାନ୍ନା

ସେ ଟ୍ବିଟରେ ଲେଖିଛନ୍ତି, ‘ଏହି ମଣିଷ ମତେ ସବୁବେଳେ ଗର୍ବିତ ଅନୁଭବ କରାଉଛନ୍ତି। ଯେବେ ମୁଁ ତାଙ୍କୁ ପ୍ରଶ୍ନ କରିଥିଲି ଯେ ଏହି ନିଷ୍ପତ୍ତିକୁ ନେଇ ସେ ନିଶ୍ଚିତ ଅଛନ୍ତି। କାରଣ ସେ ମୋଟା ଅଙ୍କ ଦାନ କରିବାକୁ ଯାଉଥିଲେ । ଯାହା ଆମକୁ ଏକଜୁଟ କରିବାର ଥିଲା। ସେ କେବଳ ଏତିକି କହିଥିଲେ ତାଙ୍କ ପାଖରେ କିଛି ନଥିଲା, ଯେବେ ସେ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ଆଜି ଯେତେବେଳେ ସେ ଏହି ସ୍ଥିତିରେ ଅଛନ୍ତି, ତାହାଲେ ନିଜକୁ କିପରି ରୋକିବେ। ସେହି ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ବର୍ତ୍ତମାନ ଯାହା ପାଖରେ କିଛି ନାହିଁ।’

ପ୍ରକାଶ ଥାଉକି କୋଭିଡ-19 ସହ ଲଢିବା ପାଇଁ ଅକ୍ଷୟଙ୍କ ପୂର୍ବରୁ ସାଉଥ ସୁପରଷ୍ଟାର ମହେଶ ବାବୁ, ପ୍ରଭାସ, ପୱନ କଲ୍ୟାଣ, ଅଲ୍ଲୁ ଅର୍ଜୁନ, ରାମ ଚରଣ, ରଜନୀକାନ୍ତା ଦାନ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.