ETV Bharat / sitara

ଛୋଟ ପରଦାରେ ଏକାଠି ହେବ ସୁଲତାନ ଓ ପଦ୍ମାବତୀ

ଏବର୍ଷର ଡାନ୍ସ ରିୟାଲିଟି ଶୋ 'ନଚ ବଲିଏ 9'ର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି ସୁପରଷ୍ଟାର ସଲମାନ ଖାନ । ଏହାସହ ଶୋକୁ ନେଇ ଶୁଣିବାକୁ ମିଳୁଛି ଯେ ପ୍ରିମିୟର ଏପିସୋଡରେ ଦୀପିକା ଓ ରଣବୀର ନଜର ଆସିବେ ।

author img

By

Published : Jun 30, 2019, 6:17 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନ କ୍ଲବ

ମୁମ୍ବାଇ: ଛୋଟ ପରଦାର ଡାନ୍ସ ରିୟାଲିଟି ଶୋ 'ନଚ ବଲିଏ 9' କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ଅଛି । ଏବର୍ଷ ଏହି ଶୋଟିକୁ ଭାଇଜାନ ସଲମାନ ଖାନ ପ୍ରଯୋଜନା କରୁଛନ୍ତି । ଶୋର ପ୍ରତିଯୋଗିକୁ ନେଇ ପ୍ରାୟତଃ ନୂଆ ନୂଆ ଖବର ମଧ୍ୟ ଶୁଣିବାକୁ ମିଳୁଛି । ଇତିମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି ।

ଯାହା ଶୁଣି ଫ୍ୟାନ୍ସ ନିହାତି ଖୁସି ହେବେ । ହୁଏତଃ ସଲମାନ ଓ ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ଏଯାବତ କୌଣସି ଫିଲ୍ମରେ ଏକାଠି ନଜର ଆସିନାହାଁନ୍ତି । କିନ୍ତୁ ଏହି ଯୋଡିକୁ ପରଦାରେ ଦେଖିବାକୁ ଚାହୁଁଥିବା ଫ୍ୟାନ୍ସ ବର୍ତ୍ତମାନ ଛୋଟ ପରଦାରେ ଦେଖିବେ ।

ଆଜ୍ଞା ହଁ, 'ନଚ ବଲିଏ 9'ର ପ୍ରିମିୟର ଏପିସୋଡରେ ଭାଇଜାନଙ୍କ ସହ ଦୀପିକା ଓ ସ୍ବାମୀ ରଣବୀର ସିଂ ନଜର ଆସିବେ । ସଲମାନ ମଧ୍ୟ ପ୍ରଥମ ଏପିସୋଡରେ ରହିବାର ଚର୍ଚ୍ଚା ଜୋର ଧରିଛି ।

ଫିଲ୍ମରେ ଏକାଠି ନଜର ଆସିନଥିବା ଏହି ଯୋଡି ବର୍ତ୍ତମାନ ଡାନ୍ସ ଷ୍ଟେଜରେ ଦେଖାଯିବେ । ଅନ୍ୟପଟେ ରଣବୀର ଓ ଦୀପିକାଙ୍କୁ ପ୍ରଥମ ଏପିସୋଡରେ ଆସିବା ପାଇଁ ଆପ୍ରୋଚ କରିସାରିଛନ୍ତି ଶୋ ମେକର୍ସ । ଦୁଇଜଣ ସେଲିବ୍ରିଟି ଗେଷ୍ଟ କପଲ ହୋଇ ଆସିବେ ।

ପ୍ରକାଶ ଥାଉକି ଓପନିଂ ଏପିସୋଡର ସୁଟିଂ ଜୁଲାଇର ଦ୍ବିତୀୟ ସପ୍ତାହରେ ଆରମ୍ଭ ହେବ । ଏହାସହ ଏବର୍ଷ ଶୋରେ ଏକ୍ସ କପଲ ମଧ୍ୟ ନଜର ଆସିବେ । ଯାହା ପାଇଁ 6 ଜଣ କପଲଙ୍କୁ ଆପ୍ରୋଚ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.