ମୁମ୍ବାଇ: ପପୁଲାର ଅଭିନେତ୍ରୀ ମନ୍ଦିରା ବେଦୀ ଖୁବଶୀଘ୍ର ନୂଆ ସିରିଜରେ ନଜର ଆସିବାକୁ ଯାଉଛନ୍ତି । ଏଥର ଦେଖିବାକୁ ମିଳିବ ତାଙ୍କ ଭିନ୍ନ ଅନ୍ଦାଜ । କାରଣ ପୋଲିସ ଅଫିସର ଭୂମିକାରେ ମର୍ଡର ମିଷ୍ଟ୍ରିର ଯାଞ୍ଚ କରିବେ ସେ । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । ସେପଟେ ଫ୍ୟାନ୍ସ ମଧ୍ୟ ତାଙ୍କ ଏହି ସିରିଜ ଦେଖିବାକୁ ଏକ୍ସାଇଟେଡ।
ଇତିମଧ୍ୟରେ ସେ ସିରିଜକୁ ନେଇ ନିଜ ଖୁସି ପ୍ରକାଶ କରି କହିଛନ୍ତି, ‘ମୁଁ ଏହି ମର୍ଡର ମିଷ୍ଟ୍ରି ସିରିଜରେ ରୁହାନା ଧୁଲପଙ୍କ ଭୂମିକାରେ ଅଭିନୟ କରୁଛି । ଯିଏ ଜଣେ ସାହାସୀ ମହିଳା ପୋଲିସ ଅଫିସର। ଏହାର କାହାଣୀ ଜଣେ ଯୁବ ବ୍ୟବସାୟୀଙ୍କ ହତ୍ୟାକୁ ନେଇ ଆଧାରିତ। ଯାହା ଏକ ଜଟିଳ ମାମଲା । ଏହାର ସମାଧାନ ପାଇଁ ସେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ମୁଁ ଜଣେ ପୋଲିସ ଅଫିସର ଭୂମିକାରେ ମଧ୍ୟ କାମ କରିସାରିଛି, କିନ୍ତୁ ରୁହାନାଙ୍କ ଚରିତ୍ର ଅଲଗା ଏବଂ ମୁଁ ଏହାକୁ ବହୁତ ଉପଭୋଗ କରିଛି । ଏହାର ପ୍ରଶ୍ନ ଏବଂ ସମାଧାନର ନିଜସ୍ବ ପଦ୍ଧତି ଅଛି । ଏହି ସିରିଜକୁ ନେଇ ମୁଁ ବହୁତ ଉତ୍ସାହିତ |’
ପ୍ରକାଶ ଥାଉକି ସିରିଜର ଏବେ ମଧ୍ୟ କାମ ଚାଲିଛି । ମନ୍ଦିରାଙ୍କ ବ୍ୟତୀତ ଏଥିରେ ନଜର ଆସିବେ ସିଡ ମକ୍କାର, ଦୀପାନ୍ନିତା ଶର୍ମା ଓ ନୌହିଦ ସାଇରସୀ ଭଳି କଳାକାର । ସେହିପରି ସିରିଜର ଷ୍ଟ୍ରିମି ଡିଜନି ପ୍ଲସ ହଟଷ୍ଟାରରେ ହେବ ।