ETV Bharat / sitara

ଜନ୍ମଦିନ ପାଳନ କରି ଟ୍ରୋଲ ହେଲେ ଅଙ୍କିତା

ପୁଣିଥରେ ଚର୍ଚ୍ଚାରେ ଅଙ୍କିତା । ଜନ୍ମଦିନ ପାଳନ କରିବାରୁ ରାଗିଲେ ସୁଶାନ୍ତଙ୍କ ଫ୍ୟାନ୍ସ । କଡା ପ୍ରତିକ୍ରିୟା ଦେଇ ସମସ୍ତଙ୍କୁ ମୁହଁ ବନ୍ଦ କଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Dec 24, 2020, 12:58 PM IST

ମୁମ୍ବାଇ: ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଗତ 19 ତାରିଖରେ ନିଜ ଜନ୍ମଦିନ ଧୁମଧାମରେ ପାଳନ କରିଥିଲେ । ଯାହାକୁ ଆଧାର କରି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ଟ୍ରୋଲର୍ସ । କାରଣ ତାଙ୍କୁ ଏପରି ସେଲିବ୍ରେଶନ କରୁଥିବାର ଦେଖି ରାଗିଯାଇଛନ୍ତି ଦିବଙ୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସ । ସେମାନଙ୍କ ଅନୁଯାୟୀ କିପରି ସେ ସୁଶାନ୍ତଙ୍କୁ ଭୁଲି ଏତେ ଖୁସିରେ ରହୁଛନ୍ତି । ଆଉ ତାଙ୍କର ସମାଲୋଚନା କରି ଟ୍ରୋଲ କରିବାରେ ଲାଗିଛନ୍ତି ସମସ୍ତେ । ଇତିମଧ୍ୟରେ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇ ଚର୍ଚ୍ଚାରେ ଅଙ୍କିତା ।

ସେ ନିଜର ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ‘କିଛି କଥାର ଜବାବ କେବଳ ନିରବତା । ଆଉ ବିଶ୍ବାସ କର ଏହାଠୁ ଭଲ ଜବାବ କିଛି ନୁହେଁ ।’ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ସେ ଏକ ହଳଦିଆ ଶାଢୀ ପିନ୍ଧି ପୋଜ ଦେଉଛନ୍ତି ।

ପ୍ରକାଶ ଥାଉକି ତାଙ୍କ ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ କଥିତ ବୟଫ୍ରେଣ୍ଡ ବିକି ଜୈନ । ଆଉ ପାର୍ଟିରେ ସାମିଲ ହୋଇଥିଲେ ଟିଭି ଇଣ୍ଡଷ୍ଟ୍ରିର ଷ୍ଟାର୍ସ ଫ୍ରେଣ୍ଡମାନେ । ଯାହାର ଫଟୋ, ଭିଡିଓ ଅଙ୍କିତା ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.