ETV Bharat / sitara

ପ୍ରଭାସଙ୍କ ‘ଆଦିପୁରୁଷ’ରେ ସାମିଲ ହେବେ କି ବିଗବସ 13 ଫେମ ସିଦ୍ଧାର୍ଥ !

ଓମ୍ ରାଉତଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ରେ ଏଣ୍ଟ୍ରି କରିପାରନ୍ତି ସିଦ୍ଧାର୍ଥ ଶୁକ୍ଲା । ଯାହାକୁ ନେଇ କିଛି ଦିନରୁ ଚର୍ଚ୍ଚା । ଅଧିକ ପଢନ୍ତୁ...

author img

By

Published : May 18, 2021, 3:15 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ‘ବିଗବସ 13’ ବିଜେତା ତଥା ଟେଲି ଆକ୍ଟର ସିଦ୍ଧାର୍ଥ ଶୁକ୍ଲାଙ୍କୁ ନେଇ ନୂଆ ଚର୍ଚ୍ଚା । ନିକଟରେ ତାଙ୍କ ଡେବ୍ୟୁ ସିରିଜ 'Broken But Beautiful 3' ଟ୍ରେଲ ରିଲିଜ ହୋଇଥିଲା । ଏମାସ 29ରେ ଅଲ୍ଟା ବାଲାଜୀରେ ଷ୍ଟ୍ରିମିଂ ହେବ ଏହି ସିରିଜ । ଇତିମଧ୍ୟରେ ତାଙ୍କ ହାତରେ ଲାଗିଛି ଆଉ ଏକ ବଡ ପ୍ରୋଜେକ୍ଟ । ଶୁଣିବାକୁ ମିଳୁଛି ସେ ଖୁବଶୀଘ୍ର ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବେ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ ।

  • " class="align-text-top noRightClick twitterSection" data="">

‘ଆଦିପୁରୁଷ’ ରାମାୟଣ କାହାଣୀକୁ ନେଇ ଆଧାରିତ ଏକ ଐତିହାସିକ ଫିଲ୍ମ । ଚର୍ଚ୍ଚା ଜୋର ଧରିଛି ଯେ ସିଦ୍ଧାର୍ଥ ଏହି ଫିଲ୍ମରେ ରାବଣ ଏବଂ ମନ୍ଦୋଦରୀଙ୍କ ପୁଅ ମେଘନାଦଙ୍କ ଭୂମିକାରେ ଅଭିନୟ କରିବେ ।

ସେପଟେ ଫୋନ କଲ୍‌ରେ ସିଦ୍ଧାର୍ଥଙ୍କୁ ଫିଲ୍ମର ପୁରା କାହାଣୀ ଶୁଣାଇଛନ୍ତି ମେକର୍ସ । ଆଉ ଫିଲ୍ମ କାହାଣୀ ଶୁଣି ଇମ୍ପ୍ରେସ ଅଛନ୍ତି ଅଭିନେତା । ହେଲେ ଏଯାବତ ଫିଲ୍ମକୁ ନେଇ ତାଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ ।

ପ୍ରକାଶ ଥାଉକି ଓମ୍ ରାଉତଙ୍କ ଏହି ପିରିୟଡ ଡ୍ରାମା ଫିଲ୍ମରେ ପ୍ରଭାସଙ୍କ ସହ ସୈଫ ଅଲ୍ଲୀ ଖାନ, କ୍ରିତି ସାନନ ଓ ସନ୍ନି ସିଂ ଭଳି କଳାକାର ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.