ମୁମ୍ବାଇ: ରୋଡିଜ ଷ୍ଟାର ତଥା ଫେମସ ଡାନ୍ସର ପ୍ରିନ୍ସ ନରୁଲା ଓ ତାଙ୍କ ପତ୍ନୀ ୟୁବିକା ଚୌଧୁରୀ ବର୍ତ୍ତମାନ ଚଣ୍ଡିଗଡରେ ଅଛନ୍ତି । ଏହି ଯୋଡିଙ୍କ ସମସ୍ୟା କମିବାର ନାଁ ନେଉନାହିଁ । କାରଣ ପ୍ରଥମେ କୋରୋନା ସଂକ୍ରମିତ ହୋଇଥିଲେ । ଆଉ ଏବେ ଡେଙ୍ଗୁରେ ଆକ୍ରାନ୍ତ । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଫ୍ୟାନ୍ସ ନିରାଶ ହୋଇପଡିଛନ୍ତି ।
ଆଜ୍ଞା ହଁ, ଡେଙ୍ଗୁ ହେବା ପରେ ପ୍ରିନ୍ସ ଓ ୟୁବିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରୁ କିଛି ଫଟୋ ପ୍ରିନ୍ସ ଇନଷ୍ଟାଗ୍ରାମରେ ସେୟାର କରି ଡେଙ୍ଗୁ ସୂଚନା ଫ୍ୟାନ୍ସଙ୍କୁ ଦେଇଥିଲେ ।
- " class="align-text-top noRightClick twitterSection" data="
">
ସେପଟେ ୟୁବିକା ମଧ୍ୟ ସୋସିଆଲ ମିଡିଆରେ ଅସୁସ୍ଥ ହେବା କଥା ସମସ୍ତଙ୍କୁ ଜଣାଇଛନ୍ତି । ଏକ ପୋଷ୍ଟରେ ଲେଖିଛନ୍ତି, ‘ଗତ ମାସରେ ଆମେ ଦୁହେଁ କୋରୋନା ପଜିଟିଭ ବାହାରିଥିଲୁ । ଯାହାଦ୍ବାରା ଆମର ଇମ୍ୟୁନିଟି ଲେବଲ କମିଯାଇଥିଲା । ଏହି ଦୁର୍ବଳତା ପାଇଁ ଆମେ ଡେଙ୍ଗୁ ଆକ୍ରାନ୍ତ ହୋଇଛୁ । ମୁଁ ପ୍ରାର୍ଥନା କରୁଛି ଏମିତି କାହା ସହ ନହେଉ ।’