ETV Bharat / sitara

ପୋଲିସ ମାଡର ଶିକାର ହେଲେ ଟିଭିର ଏହି ଅଭିନେତା - police

ଗାଜିଆବାଦ ପୋଲିସ ନାଁରେ ଅଭିଯୋଗ ଆଣିଛନ୍ତି ଟିଭି ଅଭିନେତା ଅଂଶ ଅରୋରା । ପୋଲିସ ମାଡରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଅଂଶ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରମ@ଅଂଶ ଅରୋରା
author img

By

Published : May 19, 2019, 5:46 AM IST

ମୁମ୍ବାଇ: ପୋଲିସ ମାଡରେ ବେହାଲ ଟିଭି ଅଭିନେତା ଅଂଶ ଅରୋରା । ଖାଇବା ଫେରାଇବାକୁ ନେଇ ସହିଲେ ପୋଲିସର 3rd ଡିଗ୍ରୀ ଅତ୍ୟାଚାର । ଏବେ ଗାଜିଆବାଦ ପୋଲିସ ନାଁରେ ଆଣିଛନ୍ତି ମାଡପିଟ ଅଭିଯୋଗ ।

କଥାଟି ହେଲା କି ଅଂଶ ମେ 11ରେ ଗାଜିଆବାଦର ଏକ ଷ୍ଟୋରରେ କାମ କରୁଥିବା କିଛି ଷ୍ଟାପଙ୍କ ସହ ଯୁକ୍ତିତର୍କ କରିଥିଲେ । ଯାହା ପରେ ତାଙ୍କୁ ସେଠାକାର ପୋଲିସ ହିପାଜତରେ ନେଇ ଖୁବ୍ ଟର୍ଚର କରିଥିଲା ।

ଅଂଶ ମେ 11ରେ ଏକ ଦୋକାନରୁ କିଛି ଜିନିଷ ଏବଂ ହଟଗଡ ଅର୍ଡର କରିଥିଲେ । କିନ୍ତୁ ଯେତେବେଳେ ସେ ଷ୍ଟାପକୁ ବିଲ ମାଗିଲେ ତାଙ୍କୁ ହଟଡଗ ପାଇଁ ଗୋଟଏ ଘଣ୍ଟା ଅପେକ୍ଷା କରିବାକୁ କହିଥିଲେ ଷ୍ଟାପ । ଏହାପରେ ଆରମ୍ଭ ହୋଇଯାଇଥିଲା ଯୁକ୍ତିତର୍କ । ରାଗରେ ଆସି ସେ ରିସେପ୍ସନରେ ଥିବା ଗ୍ଲାସକୁ ଭାଙ୍ଗିଦେଇଥିଲେ ।

ଝଗଡା ପରେ ସେଠାରୁ ସେ ଚାଲିଯାଇଥିଲେ ସେ । କିନ୍ତୁ ହୋଟେଲ ରୁମରେ ପହଞ୍ଚି ସେ ଅନୁତାପ କରିଥିଲେ କି ତାଙ୍କ ପାଇଁ ସେହି ଷ୍ଟୋରର କ୍ଷତି ହୋଇଛି । ତେଣୁ ସେ କ୍ଷମା ମାଗିବା ସହ କ୍ଷତି ପୂରଣ ଦେବାକୁ ଚାହୁଁଥିଲେ । ପରେ ସେ ସେହି ଷ୍ଟୋରକୁ କ୍ଷମା ମାଗିବାକୁ ଯାଇଥିବା ବେଳେ ଷ୍ଟାପ ତାଙ୍କୁ ପୋଲିସକୁ ଧରାଇଦେଇଥିଲେ । ଯାହାପରେ ପୋଲିସ ତାଙ୍କର ଏପରି ଅବସ୍ଥା କରିଛନ୍ତି । ଯାହାଫଳରେ ଆଜି ସେ ଆଇସିୟୁରେ ଭର୍ତ୍ତି ଅଛନ୍ତି ବୋଲି ମିଡିଆକୁ କହିଛନ୍ତି ଅଂଶ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.