ETV Bharat / sitara

100କୋଟି କ୍ଲବରେ 'ଟୋଟାଲ ଧମାଲ' - ajay devgan

ମଲ୍ଟିଷ୍ଟାରର ଫିଲ୍ମ 'ଟୋଟାଲ ଧମାଲ' ରିଲିଜର ପ୍ରଥମରୁ ବକ୍ସଅଫିସରେ ଖାସ କମାଲ କରିପାରିନଥିଲେ ମଧ୍ୟ ଆଜି 100କୋଟି କ୍ଲବରେ ସାମିଲ ହୋଇଯାଇଛି । କିନ୍ତୁ ରିଲିଜର ପ୍ରଥମ ସପ୍ତାହରେ ନୁହେଁ ବରଂ ଦ୍ବିତୀୟ ସପ୍ତାହରେ..

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 3, 2019, 11:38 PM IST

ମୁମ୍ବାଇ: ମଲ୍ଟିଷ୍ଟାରର ଫିଲ୍ମ 'ଟୋଟାଲ ଧମାଲ' ରିଲିଜର ପ୍ରଥମରୁ ବକ୍ସଅଫିସରେ ଖାସ କମାଲ କରିପାରିନଥିଲେ ମଧ୍ୟ ଆଜି 100କୋଟି କ୍ଲବରେ ସାମିଲ ହୋଇଯାଇଛି । କିନ୍ତୁ ରିଲିଜର ପ୍ରଥମ ସପ୍ତାହରେ ନୁହେଁ ବରଂ ଦ୍ବିତୀୟ ସପ୍ତାହରେ..

ପ୍ରଖ୍ୟାତ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଆଜି ଏନେଇ ସୋସିଆଲ ମିଡିଆରେ ରିପୋର୍ଟ ପୋଷ୍ଟ କରି ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, 'ଟୋଟାଲ ଧମାଲ 100କୋଟି ପାର । ଦ୍ବିତୀୟ ସପ୍ତାହର ଶୁକ୍ରବାର 4.75କୋଟି, ଶନିବାର 7.02କୋଟି। ମୋଟ 106.32 କୋଟି ।'

ଫିଲ୍ମଟି ଫେବୃୟାରୀ 22ତାରିଖରେ ରିଲିଜ ହୋଇଥିବାବେଳେ ଏହା ପ୍ରଥମ ସପ୍ତାହରେ 62.40କୋଟିର ବ୍ୟବସାୟ କରିଥିଲା । ପ୍ରକାଶ ଥାଉକି, ଏହି ଫିଲ୍ମଟି ହେଉଛି 'ଧମାଲ'ର ତୃତୀୟ ସିକ୍ବେଲ । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନ, ଅନିଲ କପୁର, ମାଧୁରୀ ଦିକ୍ଷୀତ, ବୋମନ ଇରାନୀ, ଅର୍ସଦ ୱର୍ସୀ, ରିତେଶ ଦେଶମୁଖ, ଜାଭେଦ ଜାଫ୍ରୀ, ସଞ୍ଜୟ ମିଶ୍ରା ଓ ଜନି ଲିଭର ଆଦି ନଜର ଆସିଛନ୍ତି ।

ଫିଲ୍ମ ଦ୍ବାରା ଦୀର୍ଘ 19ବର୍ଷ ପରେ ପୁଣି ପରଦାରେ ଏକାଠି ହୋଇଛନ୍ତି ମାଧୁରୀ ଦିକ୍ଷୀତ ଓ ଅନିଲ କପୁର । ଫିଲ୍ମଟି ପୁଲୱାମା ଆକ୍ରମଣ ପରେ ରିଲିଜ ହେବାରୁ ନିର୍ମାତା ଏହାକୁ ପାକିସ୍ତାନରେ ରିଲିଜ ନ କରିବାକୁ ନିଷ୍ପତ୍ତି ନେବା ସହ 50 ଲକ୍ଷ ଭାରତୀୟ ସେନାଙ୍କୁ ଦାନ କରିଥିଲେ।

Intro:Body:

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.