ETV Bharat / sitara

ଟାଇଗର ଭଉଣୀଙ୍କ ହଟ୍ ଅବତାରରେ ଫିଦା ଦିଶା - କ୍ରିଷ୍ଣା ଶ୍ରଫଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ

ନୂଆ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚାରେ କ୍ରିଷ୍ଣା । ସେକ୍ସି ଅନ୍ଦାଜରେ ଆସିଲେ ନଜର । ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି କଲେ ମଜାଦାର କମେଣ୍ଟ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 17, 2021, 2:09 PM IST

ମୁମ୍ବାଇ: ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ବଲିଉଡର ଅଭିନେତ୍ରୀ ନହୋଇ ମଧ୍ୟ ତାଙ୍କ ଫ୍ୟାନ୍ସ ଫଲୋଇଂ କୌଣସି ସେଲିବ୍ରିଟିଙ୍କ ଠୁ କମ୍ ନୁହେଁ । ସୋସିଆଲ ମିଡିଆରେ ଆକାଶ ଛୁଆଁ ଫଲୋଅର୍ସ ତାଙ୍କର । ଆଉ ତାଙ୍କ ମଧ୍ୟ ଜଣା କିପରି ଫ୍ୟାନ୍ସଙ୍କୁ ମନୋରଞ୍ଜନ କରାଯାଏ ।

ସେ ପ୍ରାୟତଃ ନିଜର ୱାର୍କଆଉଟ ଭିଡିଓ, ଟୋନ୍ଡ ଫିଗର ଫଟୋ ସେୟାର କରି ସମସ୍ତଙ୍କୁ ଖୁସ୍ କରିଦିଅନ୍ତି । ଏଥର ମଧ୍ୟ ତାଙ୍କ ବୋଲ୍ଡ ଫଟୋ ଚହଳ ସୃଷ୍ଟି କରିଛି । ଯାହା ଉପରେ ଟାଇଗରଙ୍କ କଥିତ ଗାର୍ଲଫ୍ରେଣ୍ଡ, ଅଭିନେତ୍ରୀ ଦିଶା ପଟାନୀ ମଦାଜାର କମେଣ୍ଟ କରିଛନ୍ତି ।

କ୍ରିଷ୍ଣାଙ୍କ ମଙ୍ଗଳବାର ଇନଷ୍ଟାଗ୍ରାମରେ ନିଜର ସେକ୍ସି ଫଟୋ ପୋଷ୍ଟ କରିଥିଲେ । ତାଙ୍କ ଏହି ଫଟୋ ଦିଶାଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସେ ସଙ୍ଗେ ସଙ୍ଗେ ଫାୟାର ଇମୋଜି ସହ ଇନସେନ ବଡି କମେଣ୍ଟରେ ଲେଖିଦେଇଥିଲେ । ବର୍ତ୍ତମାନ କ୍ରିଷ୍ଣାଙ୍କ ଏହି ଫଟୋରେ ଫ୍ୟାନ୍ସଙ୍କ ଲାଇକ ମିଳିବାରେ ଲାଗିଛି ।

ପ୍ରକାଶ ଥାଉକି କ୍ରିଷ୍ଣା ଗତ ବର୍ଷ ବୟଫ୍ରେଣ୍ଡଙ୍କ ସହ ବ୍ରେକଅପ୍ କରିବାକୁ ନେଇ ଚର୍ଚ୍ଚାରେ ଥିଲେ । ସେହିପରି ଜାନୁଆରୀରେ ନିଜର 28ତମ ଜନ୍ମଦିନ ସେଲିବ୍ରେଟ କରିଥିଲେ ସେ । ଆଉ ନିଜ ବର୍ଥଡେ ଫଟୋରେ ଲେଖିଥିଲେ, ‘28 ଲୁକ୍ସ ଗୁଡ୍ ଅନ ମିଁ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.