ETV Bharat / sitara

ଟାଇଗର-ଶ୍ରଦ୍ଧାଙ୍କ ଦଶ ବାହାନେ, ଦେଖନ୍ତୁ ଭିଡିଓ

author img

By

Published : Feb 12, 2020, 5:21 PM IST

ମାର୍ଚ୍ଚ 6ରେ ରିଲିଜ ହେବାକୁ ପ୍ରସ୍ତୁତ ଆକ୍ସନ ଡ୍ରାମା ଫିଲ୍ମ ‘ବାଗି 3’। ଏବେ ରିଲିଜ ହୋଇଯାଇଛି ଫିଲ୍ମର ପାର୍ଟି ସଙ୍ଗ ‘ଦଶ ବହାନେ 2.0’। ପୁଣି ରୋମାନ୍ସ କରୁଥିବାର ନଜର ଆସିବେ ଶ୍ରଦ୍ଧା କପୁର ଓ ଟାଇଗର ଶ୍ରଫ।

baaghi 3 new song dus bahane 2.0 released
ଫଟୋ ସୌଜନ୍ୟ: ୟୁଟ୍ୟୁବ

ମୁମ୍ବାଇ: ଆକ୍ସନ ହିରୋ ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁର ପୁଣିଥରେ ନିଜ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ବାଗି 3’ ନେଇ ପରଦାକୁ ଫେରିବେ । ଆକ୍ସନ, ଥ୍ରିଲର ଫିଲ୍ମ ଦେଖିବାକୁ ଦୀର୍ଘ ସମୟରୁ ଦେଖିବାକୁ ବ୍ୟାକୁଳ ଦର୍ଶକ । ନିକଟରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ କରାଯାଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ। ଆଉ ଆଜି(ବୁଧବାର) ରିଲିଜ ହୋଇଯାଇଛି ଫିଲ୍ମର ପ୍ରଥମ ପାର୍ଟି ସଙ୍ଗ ‘ଦଶ ବହାନେ 2.0’।

  • " class="align-text-top noRightClick twitterSection" data="">

2005ରେ ଆସିଥିବା ଫିଲ୍ମ ‘ଦଶ’ର ଫେମସ ଗୀତକୁ ରିକ୍ରିଏଟ ଏହି ଫିଲ୍ମରେ କରାଯାଇଛି । ଗୀତଟିକୁ ବିଶାଲ-ଶେଖର, କେକେ, ସାନ ଓ ତୁଲସୀ କୁମାର ଗାଇଥିବା ବେଳେ ଏହାର ଲିରିକ୍ସ ପଞ୍ଛି ଜଲେଭି ଲେଖିଛନ୍ତି । ସେହିପରି ଗୀତର କମ୍ପୋଜ ମଧ୍ୟ ବିଶାଲ-ଶେକର କରିଛନ୍ତି।

‘ଦଶ ବହାନେ 2.0’ରେ ଟାଇଗର ଓ ଶ୍ରଦ୍ଧା କପୁରଙ୍କ ଶାନଦାର ଡାନ୍ସ ମୁବ୍ସ ଦେଖିବାକୁ ମିଳୁଛି । ଏବର୍ଷ ଏହି ପାର୍ଟି ସଙ୍ଗରେ ଝୁମିବେ ଦର୍ଶକ । ଇନଷ୍ଟାଗ୍ରାମରେ ଗୀତରେ ଫଟୋ ସେୟାର କରି ଶ୍ରଦ୍ଧା କ୍ୟାପସନରେ ଲେଖିଛନ୍ତି, ଆପଣଙ୍କ ପାର୍ଟି କେଉଁଠାରେ ଅଛନ୍ତି ? ବାଗି ଏବର୍ଷର ଶାନଦାର ଗୀତ ସହ ପାର୍ଟି ପାଇଁ ପ୍ରସ୍ତୁତ। ‘ଦଶ ବହାନେ 2.0’ ରିଲିଜ ହୋଇଯାଇଛି ।

ପ୍ରକାଶ ଥାଉକି ବାଗି 3ରେ ଶ୍ରଦ୍ଧା ଓ ଟାଇଗରଙ୍କ ବ୍ୟତୀତ ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ପ୍ରଥମଥର ପୁଅ ଟାଇଗରଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି ଜ୍ୟାକି ଶ୍ରଫ । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ । ‘ବାଗି’ ଫ୍ରାଞ୍ଚାଇର ଏହା ତୃତୀୟ ଫିଲ୍ମ । ଏହାର ନିର୍ଦ୍ଦେଶ ଦାୟିତ୍ବ ତୁଲାଇଛନ୍ତି ଅହମ୍ମଦ ଖାନ । ଫିଲ୍ମଟି ମାର୍ଚ୍ଚ 6ରେ ରିଲିଜ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.