ETV Bharat / sitara

ଟାଇଗରଙ୍କ ଖତରନାକ ଷ୍ଟଣ୍ଟ - ଟାଇଗର ଶ୍ରଫ

ବୁଧବାର ସେ ନିଜର ଏକ ପୁରୁଣା ଭିଡିଓ ସେୟାର କରିଥିଲେ । 2016 ମସିହାର ଫିଲ୍ମ ବାଗୀର ଏକ ଆକ୍ସନ ସିନ ଟାଇଗର ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଅଧିକ ପଢନ୍ତୁ...

ଟାଇଗରଙ୍କ ଖତରନାକ ଷ୍ଟଣ୍ଟ
ଟାଇଗରଙ୍କ ଖତରନାକ ଷ୍ଟଣ୍ଟ
author img

By

Published : May 6, 2020, 11:23 PM IST

ମୁମ୍ବାଇ: ନିଜ ଆକ୍ସନ ହିରୋ ଇମେଜ ପାଇଁ ବଲିଉଡରେ ପରିଚିତ ଟାଇଗର ଶ୍ରଫ । ଖତରନାକ ଷ୍ଟଣ୍ଟ ସିନ ସହ ଜବରଦସ୍ତ ଫାଇଟିଂ ଓ ଆକ୍ସନ ପାଇଁ ସେ ଦର୍ଶକଙ୍କ ପ୍ରିୟ ପାଲଟିଛନ୍ତି । ଲକଡାଉନରେ ମଧ୍ୟ ସେ ନିଜ ଫିଟ୍ ରହିବାର ଭିଡିଓ ବିଭିନ୍ନ ସମୟରେ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ରହିଛନ୍ତି ।

ବୁଧବାର ସେ ନିଜର ଏକ ପୁରୁଣା ଭିଡିଓ ସେୟାର କରିଥିଲେ । 2016 ମସିହାର ଫିଲ୍ମ ବାଗୀର ଏକ ଆକ୍ସନ ସିନ ଟାଇଗର ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏଥିରେ ତାଙ୍କୁ ଷ୍ଟଣ୍ଟମ୍ୟାନ ସହ ରିହରସଲ କରୁଥିବାର ଦେଖାଯାଇଛି । ଏଥିରେ ସେ ଦୌଡି ଦୌଡି ଆସି ଖତରନାକ ଷ୍ଟଣ୍ଟ କରୁଥିବାର ନଜର ଆସିଛନ୍ତି । ବ୍ୟାଙ୍କକକ ଷ୍ଟ୍ରିଟରେ ଏହି ସିନ ସୁଟିଂ ହୋଇଛି । କ୍ୟାପସନରେ ସେ ଲେଖିଛନ୍ତି, ‘ୱାର୍କସପ ଅନ ସେଟ ରିହରସଲ ଆଣ୍ଡ ଆକ୍ସନ । ବିଜି ବ୍ୟାଙ୍କକକ ଷ୍ଟ୍ରିଟ୍ସ ।’

ଗତ ମାସରେ ସେ ସମସ୍ତ ଷ୍ଟଣ୍ଟମ୍ୟାନଙ୍କୁ ସମ୍ମାନ ଜଣାଇ ଏକ ଭିଡିଓ ସେୟାର କରିଥିଲେ । ଏହି ପୋଷ୍ଟରେ ସେ ସେମାନଙ୍କୁ ରିଅଲ ହିରୋ ବୋଲି କହିଥିଲେ । ବାଗୀ ଫ୍ରାଞ୍ଚାଇଜ ପରେ ଟାଇଗରଙ୍କ ଆକ୍ସନ ହିରୋର ଟାଗ୍ ମିଳିଥିଲା । ଏଥିରେ ତାଙ୍କ ଆକ୍ଟିଂରେ ଫିଦା ହୋଇ ଖିଲାଡି କୁମାର କହିଥିଲେ ଯେ ସେ ବଲିଉଡର ଟୋନି ଝା । ନିକଟରେ ଆଇ ଫର ଇଣ୍ଡିଆ କନସର୍ଟରେ ଟାଇଗର ଅକ୍ଟୋବର ଫିଲ୍ମର ଗୀତ ଠେହେର ଯା ଗାଇ ଫଣ୍ଡ କଲେକ୍ଟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.