ETV Bharat / sitara

ପ୍ରଥମଥର ପରଦାରେ ଟାଇଗର-ଜ୍ୟାକିଙ୍କ ଯୋଡି

author img

By

Published : Jan 23, 2020, 6:50 PM IST

ଟାଇଗର ଶ୍ରଫଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ବାଗି 3’ରେ ନଜର ଆସିବେ ତାଙ୍କ ପିତା ଜ୍ୟାକି ଶ୍ରଫ । ଫିଲ୍ମରେ ମଧ୍ୟ ଟାଇଗରଙ୍କ ପିତା ସାଜିବେ ଜ୍ୟାକି ।

tiger shroff
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟାଇଗର ଶ୍ରଫ ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ଫେମସ ଆକ୍ସନ ହିରୋ ଟାଇଗର ଶ୍ରଫ ଦର୍ଶକଙ୍କୁ ଖୁବଶୀଘ୍ର ଆକ୍ସନର ଓଭରଡୋଜ ଦେବାକୁ ଯାଉଛନ୍ତି । ବର୍ତ୍ତମାନ ସେ ନିଜ ଅପକମିଂ ଫିଲ୍ମ ‘ବାଗି 3’ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ସେ ପ୍ରାୟତଃ ‘ବାଗି 3’ ସେଟରୁ ନିଜର ଫଟୋ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ସେୟାର କରନ୍ତି । ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଚର୍ଚ୍ଚା ଜୋର ଧରଛି ଯେ ‘ବାଗି 3’ରେ ବାପା-ପୁଅଙ୍କ ଯୋଡି ଦେଖିବାକୁ ପାଇବେ ଦର୍ଶକ । ଆଜ୍ଞା ହଁ, ଶୁଣିବାକୁ ମିଳୁଛି ଯେ ଟାଇଗରଙ୍କ ପିତା ତଥା ଅଭିନେତା ଜ୍ୟାକି ଶ୍ରଫ ‘ବାଗି 3’ରେ ଅଭିନୟ କରିବାକୁ ଯାଉଛନ୍ତି । ସେ ଫିଲ୍ମର ଟାଇଗରଙ୍କ ପିତା ଭୂମିକାରେ ନଜର ଆସିବେ ।

ଅତିଥି କଳାକାର ରୂପେ ଫିଲ୍ମରେ ଦେଖାଯିବେ ଜ୍ୟାକି । ନିକଟରେ ଫିଲ୍ମର ପ୍ରଯୋଜକ ସାଜିଦ ନାଦିୟାଦୱାଲା କହିଥିଲେ ଯେ ଯେତେବେଳେ ସେ ଟାଇଗରଙ୍କୁ ଲଞ୍ଚ କରିଥିଲେ । ସେହି ସମୟରୁ ଦର୍ଶକ ଟାଇଗରଙ୍କ ସହ ଜ୍ୟାକିଙ୍କୁ ଫିଲ୍ମରେ ଦେଖିବାକୁ ଚାହିଁ ଆସୁଛନ୍ତି । କେବେ ମଧ୍ୟ ଦୁଇଜଣଙ୍କୁ ଏକାଠି ଫିଲ୍ମରେ ଦେଖିବାକୁ ପାଇନାହାଁନ୍ତି ଦର୍ଶକ। ଏଥର ଜ୍ୟାକିକୁ ଫିଲ୍ମରେ ନେଇ ଦର୍ଶକଙ୍କ ସ୍ବପ୍ନ ପୂରଣ କରିବାକୁ ଯାଉଛୁ ।

ପ୍ରକାଶ ଥାଉକି ‘ବାଗି 3’ର ସୁଟିଂ ଜ୍ୟାକି ଆରମ୍ଭ କରିଦେଇଛନ୍ତି । ଫିଲ୍ମରେ ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ଶ୍ରଦ୍ଧା କପୁର, ଅଙ୍କିତା ଲୋଖଣ୍ଡେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଆସନ୍ତା ମାର୍ଚ୍ଚ 6ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.