ମୁମ୍ବାଇ: ଏହି ସମୟରେ ନିଜର ଆଗାମୀ ଫିଲ୍ମ ‘ୱାର’ର ପ୍ରମୋଶନରେ ବ୍ୟସ୍ତ ଆକ୍ସନ ଅଭିନେତା ଟାଇଗର ଶ୍ରଫ । ପ୍ରଥମ ଥର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ସହ ଫିଲ୍ମରେ ଫାଇଟ କରୁଥିବାର ନଜର ଆସିଛନ୍ତି ଟାଇଗର । ଅକ୍ଟୋବର 2ରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି । ଇତି ମଧ୍ୟରେ ସେ ଆଉ ଏକ କାରଣ ପାଇଁ ମଧ୍ୟ ଖୁସି ଅଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ଖୁସିର ରହସ୍ୟ...
କଥାଟି ହେଲା କି ଟାଇଗର ଏଥର ଜାପାନର ଫୁଟୱିୟର ବ୍ରାଣ୍ଡ ଏସିକ୍ସର ବିଜ୍ଞାପନରେ ନଜର ଆସିବେ । ଏହି କମ୍ପାନୀ ଭାରତରେ ସ୍ପୋର୍ଟ୍ସ ଷ୍ଟାଇଲ ଏବଂ ଏଥଲିବିଂ ସେଗମେଣ୍ଟ ଲଞ୍ଚ କରିବାକୁ ଯାଉଛି । ଏହି ଆସୋସିଏସନ ସହ ଭାରତରେ ଗ୍ଲୋବାଲ ହ୍ୟାଶଟ୍ୟାଗ ‘ଆଇ ମୁଭ ମି’ କ୍ୟାମ୍ପେନ ମଧ୍ୟ ଲଞ୍ଚ କରାଯିବ । କମ୍ପାନୀର ଟ୍ୟାଗଲାଇନ ରହିଛି ‘ଏ ସାଉଣ୍ଡ ମାଇଣ୍ଡ ଇନ ଏ ସାଉଣ୍ଡ ବଡି ।’ ଯାହାର ଆମ୍ବାସଡର ଟାଇଗରଙ୍କୁ କରାଯାଇଛି ।
ଏହି ଅବସରରେ ଟାଇଗର କହିଛନ୍ତି କି ଏସିକ୍ସ ସବୁବେଳେ ତାଙ୍କ ସହ ରହିଆସୁଛି । ତେବେ ତାହା ଜିମରେ ୱାର୍କଆଉଟ ସମୟ ହେଉ କିମ୍ବା ଛୁଟିରେ କୁଆଡେ ବୁଲିବାକୁ ଯିବା ହେଉ । ଏହି ବ୍ରାଣ୍ଡ ତାଙ୍କ ଫ୍ୟାଶନ ଏବଂ ଫିଟନେସ ସହ ଏକଦମ ପରଫେକ୍ଟ ବସୁଛି । ଏହି ଆସୋସିଏସନର ଉପଯୋଗ ସେ ଅଧିକରୁ ଅଧିକ କରିବାକୁ ଚାହୁଁଛନ୍ତି, ଯେଉଁଠାରେ ସେ ଅଧିକ ଲୋକଙ୍କୁ ମୁଭ କରିବା ସହ ଏସିକ୍ସ ଦ୍ବାରା ଆରମ୍ଭ ହୋଇଥିବା ଗ୍ଲୋବଲ ଆନ୍ଦୋଳନର ଅଂଶ ହେବା ପାଇଁ ପ୍ରେରିତ କରିବେ ।
ଅନ୍ୟପଟେ ଏସିକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ରଜତ ଖୁରାନା ଟାଇଗରଙ୍କୁ ନେଇ ଅନେକ କଥା କହିଛନ୍ତି । ଏକ ବ୍ରାଣ୍ଡ ରୂପେ ଆମ ଭାରତରେ ସବୁଠାରୁ ଟ୍ୟାଲେଣ୍ଟେଡ ଏବଂ ବହୁମୁଖୀ ଅଭିନେତା ଟାଇଗରଙ୍କୁ ଏସିକ୍ସର ବ୍ରାଣ୍ଡ ଆମ୍ବସଡର କରିବାକୁ ନେଇ ବହୁତ ଖୁସି । ଟାଇଗରଙ୍କ ସହ ତାଙ୍କର ଏହି ସମ୍ପୃକ୍ତି ବହୁତ ଖାସ୍ କାରଣ ଜଣେ ୟୁଥ ଆଇକନ ହେବା ବ୍ୟତୀତ ଫିଟ ରହିବା ଏବଂ ଷ୍ଟାଇଲିଶ ରହିବାରେ ସେ ବହୁତ କ୍ରେଜି ବୋଲି କହିଛନ୍ତି ରଜତ ।