ETV Bharat / sitara

ବୁଢା ଭୂମିକାରେ ସଲମାନ, ଋଷିଆରୁ ଭାଇରାଲ ଫଟୋ

author img

By

Published : Aug 22, 2021, 7:32 PM IST

ଟାଇଗର-୩ ସେଟରୁ ଭାଇରାଲ ହେଲା ସୁପରଷ୍ଟାର ସଲମାନଙ୍କ ଫଟୋ । ଅଧିକ ପଢନ୍ତୁ...

Tiger 3: ଋଷିଆ ଫିଲ୍ମ ସେଟରୁ ସଲମାନଙ୍କ ଫଟୋ ଭାଇରାଲ

ମୁମ୍ବାଇ: ସୋସିଆଲ ମିଡ଼ିଆରୁ ଏବେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି ସଲମାନଙ୍କ ଟାଇଗର-୩ ସୁଟିଂ ସେଟର ଫଟୋ । ସେ ଋଷିଆରେ ଏହି ଫିଲ୍ମର ସୁଟିଂ କରୁଥିବା ବେଳେ ତାଙ୍କର ଫଟୋ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଫଟୋରେ ସେ ଫିଲ୍ମ ପାଇଁ ଏକ ଭିନ୍ନ ଲୁକ ନେଇଥିବା ବେଳେ ତାଙ୍କୁ ସେଥିରେ ଚିହ୍ନି ହେଉନାହିଁ ।

ସଲମାନଙ୍କ ଏହି ଫଟୋକୁ ଇନଷ୍ଟାଗ୍ରାମରେ ସଲମାନଙ୍କ ଏକ ଫ୍ୟାନ ପେଜ ଆକାଉଣ୍ଟରେ ସେୟାର ହୋଇଛି । ଏହି ଫଟୋରେ ସଲମାନ ଧୂସର ରଙ୍ଗର ଲମ୍ବା କେଶ ଓ ଦାଢି ରଖିଛନ୍ତି । ଏକ ଧଳା ରଙ୍ଗର ଟି-ସାର୍ଟ ପିନ୍ଧିବା ସହିତ ଜିନ୍ସ ଓ ଲାଲ ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି । ସଲମାନଙ୍କ ଏହି ଫ୍ୟାନ ପେଜରେ ଅନ୍ୟ କିଛି ଫଟୋ ମଧ୍ୟ ସେୟାର ହୋଇଛି । ଯେଉଁଥିରେ ସେ କିଛି ଫ୍ୟାନ୍ସଙ୍କ ସହିତ ପୋଜ ଦେଇଛନ୍ତି । ଟାଇଗର ଫିଲ୍ମର ୩ୟ ଭାଗକୁ ମନିଶ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ମଧ୍ୟ କ୍ୟାଟ୍ରିନା କୈଫ ଅଭିନୟ କରିଛନ୍ତି ।

ସୁପରଷ୍ଟାର ସଲମାନଙ୍କ ସହିତ କ୍ୟାଟ୍ରିନା କୈଫ ମଧ୍ୟ ୪୫ ଦିନ ପାଇଁ ଫିଲ୍ମର ସୁଟିଂ ପାଇଁ ଋଷିଆ ଯାଇଛନ୍ତି । ଏହି ଆକ୍ସନ ଫିଲ୍ମଟି ଋଷିଆ ସହିତ ଅଷ୍ଟ୍ରିଆ ଓ ତୁର୍କୀରେ ମଧ୍ୟ ସୁଟିଂ ହୋଇଛି । ଏହି ଫିଲ୍ମର ପ୍ରଥମ ଓ ଦ୍ବିତୀୟ ଭାଗକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ପ୍ରଥମ ଭାଗ ୨୦୧୨ ମସିହାରେ ରିଲିଜ ହୋଇଥିବା ବେଳେ ଏହାକୁ କବିର ଖାନ ନିର୍ଦ୍ଦେଶନା ଦେଇଥିଲେ । ସେହିପରି ଦ୍ବିତୀୟ ଭାଗ ୨୦୧୭ରେ ରିଲିଜ ହୋଇଥିବା ବେଳେ ଏଥିରେ ଅଲ୍ଲୀ ଅବ୍ବାସ ଜଫର ନିର୍ଦ୍ଦେଶନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.