ETV Bharat / sitara

ଦିନ ମଜୁରିଆଙ୍କ ପାଇଁ 3 ଫିଲ୍ମ ଆସୋସିଏସନ ଏକାଠି - ଲକଡାଉନ ଖବର

ପ୍ରଡ୍ୟୁସର ଗିଲଡ ଆସୋସିଏସନ, ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ ଏବଂ ଭାରତୀୟ ଫିଲ୍ମ ଓ ଟେଲିଭିଜନ ପ୍ରଡ୍ୟୁସର କାଉନସିଲ ପକ୍ଷରୁ ଏହି ଘୋଷଣା ହୋଇଛି । ଅଫିସିଆଲ ବିଜ୍ଞପ୍ତି ପ୍ରକାଶ କରି ସେମାନେ ମଜୁରିଆଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି ।

ଦିନ ମଜୁରିଆଙ୍କ ପାଇଁ 3 ଫିଲ୍ମ ଆସୋସିଏସନ ଏକାଠି

author img

By

Published : Apr 2, 2020, 6:30 PM IST

ମୁମ୍ବାଇ: ଲକଡାଉନ ବେଳେ ସବୁଠାରୁ ଅଧିକ କ୍ଷତିରେ ଚାଲିଛି ଫିଲ୍ମ ଇଣ୍ଡଷ୍ଟ୍ରି । ସୁଟିଂ ବାତିଲ ହେବା ପରେ ଦିନ ମଜୁରିଆଙ୍କ ଅବସ୍ଥା ଖରାପ ହୋଇଛି । କାମ ନଥିବାବେଳେ ଚଳିବା ସେମାନଙ୍କ ପାଇଁ ମୁସ୍କିଲ ହୋଇଛି ।

ଏହି ସମୟରେ ଏମାନଙ୍କ ପାଇଁ ଏକାଠି ହୋଇଛନ୍ତି 3ଟି ଫିଲ୍ମ ଇଣ୍ଡଷ୍ଟ୍ରି ଆସୋସିଏସନ । ପ୍ରଡ୍ୟୁସର ଗିଲଡ ଆସୋସିଏସନ, ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ ଏବଂ ଭାରତୀୟ ଫିଲ୍ମ ଓ ଟେଲିଭିଜନ ପ୍ରଡ୍ୟୁସର କାଉନସିଲ ପକ୍ଷରୁ ଏହି ଘୋଷଣା ହୋଇଛି । ଅଫିସିଆଲ ବିଜ୍ଞପ୍ତି ପ୍ରକାଶ କରି ସେମାନେ ମଜୁରିଆଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି ।

ଡିରେକ୍ଟ ବ୍ୟାଙ୍କ ପେମେଣ୍ଟ ସହ ମଜୁରିଆଙ୍କୁ ନିଜ ସମର୍ଥନ ଦେଇଛନ୍ତି ଏହି ଆସୋସିଏସନ । ସମସ୍ତ ଦିନ ମଜୁରିଆଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ରାଶି ପଠାଯିବ । ଏହାସହ ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପାଇଁ ଆସୋସିଏସନ ସବୁବେଳେ ପ୍ରସ୍ତୁତ ବୋଲି ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବଲିଉଡ ଓ ଟଲିଉଡର ବିଭିନ୍ନ ଷ୍ଟାର ଏହି ମଜୁରିଆଙ୍କ ପାଇଁ ଉପରୋକ୍ତ 3 ଆସୋସିଏସନକୁ ଆର୍ଥିକ ସହାୟତା ଆକାରରେ ଫଣ୍ଡ ପ୍ରଦାନ କରିସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.