ନୂଆଦିଲ୍ଲୀ: କିଛିଦିନ ହେବ ଅଭିନେତା ବରୁଣ ଧୱନ ଏବଂ ନତାଶା ଦଲାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି ।
ବାସ୍ତବରେ ବରୁଣ ଏବଂ ନତାଶାଙ୍କୁ 2020 ମସିହାରେ ବିବାହ କରିବାର ଥିଲା, କିନ୍ତୁ କୋରୋନା ଯୋଗୁଁ ସେମାନଙ୍କ ବିବାହକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ 2021ରେ ସେମାନଙ୍କର ବିବାହ ଖବର ସାମ୍ମନାକୁ ଆସିଛି ।
କୁହାଯାଉଛି ଯେ ବରୁଣ-ନତାଶା ଆଲିବାଗରେ ବିବାହ କରିବେ ଏବଂ ବିବାହ କାର୍ଯ୍ୟ ଜାନୁୟାରୀ 22 ରୁ ଆରମ୍ଭ ହୋଇ ଜାନୁଆରୀ 26 ପର୍ଯ୍ୟନ୍ତ 5 ଦିନ ଧରି ଚାଲିବ ।
ତେବେ ଏପର୍ଯ୍ୟନ୍ତ ବରୁଣ ଏବଂ ନତାଶାଙ୍କ ପରିବାର ପକ୍ଷରୁ କୌଣସି ନିଶ୍ଚିତତା ମିଳିପାରିନାହିଁ ।
ପ୍ରଶଂସକମାନେ ଏହି ଦୁଇଜଣଙ୍କ ବିବାହକୁ ଅପେକ୍ଷା କରିଥିବାବେଳେ କିଛି ରିପୋର୍ଟରେ କୁହାଯାଇଛି ଯେ, ବରୁଣ ତାଙ୍କ ବିବାହରେ ବଲିଉଡର ତାଙ୍କର କିଛି ବିଶେଷ ବନ୍ଧୁଙ୍କୁ ନିମନ୍ତ୍ରଣ କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ବରୁଣ-ନତାଶା ଭାଇଜାନ ସଲମାନ ଖାନ, ସାରା ଅଲି ଖାନ, କରଣ ଜୋହର, ମନୀଷ ମଲହୋତ୍ରା, ଅର୍ଜୁନ କପୁର,ମଲାଇକା ଆରୋରା, ଜାନଭୀ କପୁର,ଖୁସୀ କପୁର, ଜ୍ୟାକି ଭଗନ୍ନାନି, କ୍ୟାଟ୍ରିନା କୈଫ, ନୀତୁ କପୁର, ଅନୀଲ କପୁର ଭଳି ବହୁ ବଲିଉଡ ସେଲିବ୍ରିଟିମାନଙ୍କୁ ସେମାନଙ୍କ ବିବାହରେ ନିମନ୍ତ୍ରଣ କରାଯାଇଛି ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଫିଲ୍ମ ବ୍ଲାଇଣ୍ଡର ସୁଟିଂରେ ବ୍ୟସ୍ତତା ଯୋଗୁଁ ସୋନମ କପୁର ବରୁଣଙ୍କ ବିବାହରେ ଆସିପାରିବେ ନାହିଁ ।
ପ୍ରକାଶ ଥାଉ କି, ମୁମ୍ବାଇରେ ବରୁଣ-ନତାଶାଙ୍କ ବିବାହ ଫଙ୍କସନ ହୋଇପାରେ ।