ETV Bharat / sitara

Day 5 Collection: ବିବାଦ ଭିତରେ ପୁଣି ରେକର୍ଡ ଭାଙ୍ଗିଲା The Kashmir Files, ଦେଖନ୍ତୁ ପୁରା ଲିଷ୍ଚ

author img

By

Published : Mar 16, 2022, 6:34 PM IST

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଦ କାଶ୍ମୀର ଫାଇଲ୍ସ ବକ୍ସ ଅଫିସରେ ଚହଳ ପକାଇଛି । ପାଞ୍ଚ ଦିନରେ 59 କୋଟି ଟଙ୍କା ରୋଜଗାର କରିଛି । ତେବେ ଗୋଟେ ପଟେ ବକ୍ସ ଅଫିସରେ ଫିଲ୍ମ ବେଶ ଭଲ ପ୍ରଦର୍ଶନ କରୁଥିବାବେଳେ ଅନ୍ୟପଟେ କାହାଣୀକୁ ବିରୋଧ କରି ରାଜରାସ୍ତାରେ, ସୋସିଆଲ ମିଡିଆରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ବିବାଦ ଭିତରେ ପୁଣି ରେକର୍ଡ ଭାଙ୍ଗିଲା The Kashmir Files

ହାଇଦ୍ରାବାଦ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ଚହଳ ପକାଇଛି । ପ୍ରେକ୍ଷାଳୟରେ ଅନ୍ୟ ଫିଲ୍ମ ରିଲିଜ୍ ଏବଂ କମ୍‌ ପ୍ରଚାର ସତ୍ତ୍ବେ ବି ଚଳଚ୍ଚିତ୍ରଟି ପଇସା ଅସୁଲ କରିଦେଇଛି । 'କାଶ୍ମୀର ଫାଇଲ୍ସ' ପାଞ୍ଚ ଦିନରେ 59 କୋଟି ଟଙ୍କା ରୋଜଗାର କରିଛି । ତେବେ ଗୋଟେ ପଟେ ବକ୍ସ ଅଫିସରେ ଫିଲ୍ମ ବେଶ ଭଲ ପ୍ରଦର୍ଶନ କରୁଥିବାବେଳେ ଅନ୍ୟପଟେ କାହାଣୀକୁ ବିରୋଧ କରି ରାଜରାସ୍ତାରେ, ସୋସିଆଲ ମିଡିଆରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି ।

  • #TheKashmirFiles is a TSUNAMI at the #BO… FANTASTIC TRENDING, as footfalls, occupancy, numbers continue to soar… Day 5 higher than *all* previous days… BLOCKBUSTER... Fri 3.55 cr, Sat 8.50 cr, Sun 15.10 cr, Mon 15.05 cr, Tue 18 cr. Total: ₹ 60.20 cr. #India biz. pic.twitter.com/uaDH3ooVsO

    — taran adarsh (@taran_adarsh) March 16, 2022 " class="align-text-top noRightClick twitterSection" data=" ">

କାଶ୍ମୀର ଫାଇଲ୍ ବକ୍ସ ଅଫିସ୍ କଲେକ୍ସନ ଡେ' 5

'ଦ କାଶ୍ମୀର ଫାଇଲ୍ସ' ଚାରି ଦିନ ମଧ୍ୟରେ ବକ୍ସ ଅଫିସରେ 47.85 କୋଟି ଟଙ୍କା ରୋଜଗାର କରିଥିଲା ​​। ଏଥି ସହିତ, 5 ଦିନରେ 17 କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ ଫିଲ୍ମର ମୋଟ ସଂଗ୍ରହ 59 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ରର ଦ୍ୱିତୀୟ ସପ୍ତାହ ସଂଗ୍ରହ ପ୍ରଥମ ସପ୍ତାହ ଅପେକ୍ଷା ଅଧିକ ହେବ ବୋଲି ଆଶା କରାଯାଉଛି । ଆମେ ନିଶ୍ଚିତ ଯେ ଏହା ଶୀଘ୍ର 100 କୋଟି ଟଙ୍କା କ୍ଲବରେ ପ୍ରବେଶ କରିବ । ସମସ୍ତ ଆଖି ଏବେ ହୋଲି ଅର୍ଥାତ ଛୁଟିଦିନରେ ଯାଇ ରହିଛି । ତେବେ ମାର୍ଚ୍ଚ 18ରେ ମୁକ୍ତିଲାଭ କରୁଥିବା ଅକ୍ଷୟ କୁମାରଙ୍କ 'ବଚ୍ଚନ ପାଣ୍ଡେ' ସହିତ ମୁକାବିଲା ଦେଖିବା ବି ମଜାଦାର ହେବ ।

ଏହା ବି ପଢନ୍ତୁ: The Kashmir Files: ଫିଲ୍ମ ଦେଖିବାକୁ ମିଳିବ ଅଧା ଦିନ ଛୁଟି !

କଲେକ୍ସନ

ପ୍ରଥମ ଦିନ (ପ୍ରଥମ ଶୁକ୍ରବାର) - 3.55 କୋଟି ଟଙ୍କା

ଦିନ 2 (ପ୍ରଥମ ଶନିବାର) - 8.5 ଟଙ୍କା

ଦିନ 3 (ପ୍ରଥମ ରବିବାର) - 15.1 କୋଟି ଟଙ୍କା

ଦିନ 4 (ପ୍ରଥମ ସୋମବାର) - 15.05 କୋଟି ଟଙ୍କା

ଦିନ 5 (ପ୍ରଥମ ମଙ୍ଗଳବାର) -17.80 କୋଟି

ମୋଟ - 59.95 କୋଟି ଟଙ୍କା

ଏହା ବି ପଢନ୍ତୁ: ଅନଲାଇନରେ ଲିକ୍ ହେଲା The Kashmir Files, ଟେଲିଗ୍ରାମରେ ଏବେ ବି ଉପଲବ୍ଧ !

ଫିଲ୍ମର କାହାଣୀ

ଏହା କାଶ୍ମୀରରୁ ବିତାଡିତ ଲକ୍ଷାଧିକ ପଣ୍ଡିତଙ୍କ ଉପରେ ଆଧାରିତ। କିପରି ନିଜ ପରିବାର ଆଉ ସର୍ବସ୍ୱ ହରାଇଥିଲେ ଏମାନେ। ଆତଙ୍କ ଆଉ କ୍ରୁର ରାଜନୀତି କିପରି ପଣ୍ଡିତଙ୍କ ପରିବାରର ସବୁ କିଛି ଗିଳି ଦେଇଥିଲା, ତାହାର ନିଚ୍ଛକ ଚିତ୍ର ଏହି ସିନେମାରେ ଦେଖିବାକୁ ମିଳିଛି। ଅତି ନିଖୁଣ ଆଉ ଧୈର୍ଯ୍ୟର ସହ ସିନେମାକୁ ନିର୍ମାଣ କରାଯାଇଛି । ବିନା କୌଣସି ରାଜନୀତି କିମ୍ବା ଦଳକୁ ସମର୍ଥନ କରି ପ୍ରତିଟି ବସ୍ତୁ, ସ୍ଥାନ, କାଳ, ପାତ୍ରକୁ ଏକଜୁଟ କରି କିଛି ଘଟଣାକୁ ତ ଅବିକଳ ପ୍ରସ୍ତୁତ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିବା ‘ଦ କଶ୍ମୀର ଫାଇଲ୍ସ’ରେ ଅନୁପମ ଖେର୍, ମିଥୁନ୍ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲବୀ ଯୋଶୀ, ଚିନ୍ମୟ ମାନ୍ଦଲେକର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ବିବେକ ଅଗ୍ନିହୋତ୍ରୀ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ଅଛନ୍ତି। ସୌରଭ୍ ଏମ୍ ପାଣ୍ଡେ ଓ ବିବେକ ଅଗ୍ନିହୋତ୍ରୀ ଏହି ଚଳଚ୍ଚିତ୍ରର କାହାଣୀକୁ ଲେଖିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ମାତା ବିବେକ ଅଗ୍ନିହୋତ୍ରୀ, ଅଭିଷେକ ଅଗ୍ରଓ୍ଵାଲ ଓ ପଲ୍ଲବୀ ଯୋଶୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.