ETV Bharat / sitara

ମାଇଲଷ୍ଟୋନ ଅତିକ୍ରମ କଲା The Kashmir Files, ୨୦୦ କୋଟି କ୍ଲବରେ କଲା ପ୍ରବେଶ

author img

By

Published : Mar 24, 2022, 8:10 PM IST

ମହାମାରୀ ସମୟରେ ମାଇଲଷ୍ଟୋନ ଅତିକ୍ରମ କଲା The Kashmir Files ଫିଲ୍ମ । ୨୦୦ କୋଟି କ୍ଲବରେ କଲା ପ୍ରବେଶ । ଅଧିକ ପଢନ୍ତୁ

ମାଇଲଷ୍ଟୋନ ଅତିକ୍ରମ କଲା The Kashmir Files, ୨୦୦ କୋଟି କ୍ଲବରେ କଲା ପ୍ରବେଶ
ମାଇଲଷ୍ଟୋନ ଅତିକ୍ରମ କଲା The Kashmir Files, ୨୦୦ କୋଟି କ୍ଲବରେ କଲା ପ୍ରବେଶ

ମୁମ୍ବାଇ: ସଫଳତାର ଗୋଟିଏ ପରେ ଗୋଟିଏ ପାହାଚରେ ଚଢି ଚାଲିଛି ବହୁଚର୍ଚ୍ଚିତ ଫିଲ୍ମ The Kashmir Files । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏବେ ୨୦୦ କୋଟି କ୍ଲବରେ ପ୍ରବେଶ କରିଥିବା ଜଣାପଡିଛି । କୋଭିଡ଼ ମହାମାରୀ ସମୟରେ ବକ୍ସ ଅଫିସରେ ଏଭଳି ହିଟ୍‌ ଦେବାରେ ପ୍ରଥମ ହୋଇପାରିଛି ଅନୁପମ ଖେରଙ୍କ ଅଭିନୀତ ଏହି ଫିଲ୍ମ । ଏ ସମ୍ପର୍କରେ ଭାରତୀୟ ଫିଲ୍ମର ଟ୍ରେଡ ଆନାଲିଷ୍ଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

ଦି କାଶ୍ମୀର ଫାଇଲ୍ସ ଫିଲ୍ମଟି ଓପନିଂ ଡେ'ରେ ୩.୫୫ କୋଟି ଟଙ୍କା ରୋଜଗାର କରିଥିଲା । ପ୍ରଥମ ଶନିବାର ସୁଦ୍ଧା ଫିଲ୍ମ ବକ୍ସ ଅଫିସରେ ୮.୫୦ କୋଟି ଟଙ୍କା ରୋଜଗାର କରିଥିଲା । ଏହାପରେ ସୋମବାର ସୁଦ୍ଧା ଫିଲ୍ମଟି ୧୫.୧୦ କୋଟି ଟଙ୍କା ରୋଜଗାର କରିଥିଲା । ମଙ୍ଗଳବାରରେ ୧୮ କୋଟି ରୋଜଗାର କରିଥିଲା । ଦ୍ବିତୀୟ ରବିବାର ସୁଦ୍ଧା ଫିଲ୍ମଟି ମୋଟ ୧୫୦ କୋଟି ରୋଜଗାର କରିଥିବା ଜଣାପଡ଼ିଛି ।

ଏହି ଫିଲ୍ମରେ ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ କାଶ୍ମୀର ଛାଡ଼ି ପଳାୟନ କରିବା ସମ୍ପର୍କରେ ଦର୍ଶାଯାଇଛି । ଏଥିରେ ପଲ୍ଲବୀ ଜୋଶୀ, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପୁନୀତ ଇସାର, ମୃଣାଳ କୁଲକରନି ଭଳି ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ଏହାକୁ ଉତ୍ତରପ୍ରଦେଶ, ତ୍ରିପୁରା, ଗୋଆ, ହରିୟାଣା ଓ ଉତ୍ତରାଖଣ୍ଡରେ ଟାକ୍ସ-ଫ୍ରି ଘୋଷଣା କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.