ETV Bharat / sitara

ଟାଇଗରଙ୍କ ଜୱାନୀ-ଦିୱାନୀ, ଦେଖନ୍ତୁ ଭିଡିଓ

ରିଲିଜ ହେଲା 'ଷ୍ଟୁଡେଣ୍ଟ ଅଫ ଦ ଇୟର-2' ପ୍ରଥମ ଟ୍ରାକ 'ଜୱାନୀ' । ଗୀତରେ ନଜର ଆସିଛନ୍ତି ଟାଇଗର ଶ୍ରଫ, ଆଦିତ୍ୟ ଶେଲ, ତାରା ସୁତାରିୟା ଓ ଅନନ୍ୟା ପାଣ୍ଡେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@କରନ ଜୋହର
author img

By

Published : Apr 18, 2019, 10:16 PM IST

ନୂଆଦିଲ୍ଲୀ: ଯେଉଁଠାରେ ଫିଲ୍ମ ନିର୍ମାତା କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'କଲଙ୍କ' ବୁଧବାର ରିଲିଜ ହୋଇଯାଇଛି । ସେହିଠାରେ ଆଜି ରିଲିଜ ହୋଇଛି ତାଙ୍କର ଆଉ ଏକ ଚର୍ଚ୍ଚିତ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦ ଇୟର-2'ର ପ୍ରଥମ ଟ୍ରାକ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଆକ୍ସନ ଅଭିନେତା ଟାଇଗର ଶ୍ରଫଙ୍କ ସହ ଆଉ ଦୁଇ ଡେବ୍ୟୁଟାଣ୍ଟ ଅଭିନେତ୍ରୀ ତାରା ସୁତାରିଆ ଓ ଅନନ୍ୟା ପାଣ୍ଡେ । କିଛି ଦିନ ପୂର୍ବରୁ ରିଲିଜ ହୋଇଯାଇଥିଲା ଫିଲ୍ମର ଜବରଦସ୍ତ ଟ୍ରେଲର । ଏହି ଟ୍ରେଲରକୁ ଦର୍ଶକଙ୍କ ଶାନଦାର ପ୍ରତିକ୍ରିୟା ମଧ୍ୟ ମିଳିଥିଲା ।

ଦର୍ଶକଙ୍କ ଏକ୍ସାଇଟମେଣ୍ଟକୁ ନଜରରେ ରଖି ମେକର୍ସ ଫିଲ୍ମର ପ୍ରଥମ ଟ୍ରାକ 'ଜୱାନୀ' ଗୀତ ଜାରି କରିଛନ୍ତି । ଏହି ଅବସରରେ କରନ ନିଜ ଟ୍ବିଟର ହ୍ୟାଣ୍ଡଲରେ ଗୀତଟିକୁ ସେୟାର କରି ଦର୍ଶକଙ୍କୁ ସୂଚନା ଦେଇଛନ୍ତି । ଏହାସହ ସେ ମଜାଦାର କ୍ୟାପସନରେ ଲେଖିଛନ୍ତି, "Going old school with this number & our new batch TheJawaaniSong."

ଏହି ରକ ଆଣ୍ଡ ରୋଲ ନମ୍ବର ଟ୍ରାକରେ ଟାଇଗର, ଆଦିତ୍ୟ ଶେଲ ସ୍ପୋର୍ଟୀ ଲୁକରେ ନଜର ଆସୁଥିବାବେଳେ ତାରା ଓ ଅନନ୍ୟା ବେବି ଡଲ ପରି ଦେଖାଯାଇଛନ୍ତି । ଅନ୍ୟପଟେ ଏହି ଗୀତରେ ଆପଣ ପୁଣି ଦେଖିପାରିବେ ଟାଇଗରଙ୍କ ଜବରଦସ୍ତ ଡାନ୍ସ ।

ଏହି 'ଜୱାନୀ' ଗୀତଟି ରିକ୍ରିଏଟେଡ କରାଯାଇଛି 1972ରେ ଆସିଥିବା 'ୟେ ଜୱାନୀ ହେ ଦିୱାନୀ'ର ପପୁଲାର ଗୀତ 'ଗିଲି ଗିଲି' ଅଖା ଗୀତକୁ । ପୂର୍ବ ଗୀତଟିକୁ ଆନନ୍ଦ ବକ୍ସି ଲେଖିଥିବା ବେଳେ କମ୍ପୋଜ କରିଥିଲେ ଆରଡି ବର୍ମନ । ଏହାସହ ଗୀତଟିକୁ ଗାଇଥିଲେ ଲୋକପ୍ରିୟ ଗାୟକ, ନିର୍ଦ୍ଦେଶକ, ଅଭିନେତା କିଶୋର କୁମାର ।

ସେହିପରି ଏହି ନୂଆ ଟ୍ରାକଟିକୁ କମ୍ପୋଜ କରିଛନ୍ତି ବିଶାଲ ଓ ଶେଖର । ଗୀତଟିକୁ ଗାଇଛନ୍ତି ବିଶାଲ ଦଦଲାନୀ ଓ ପାୟଲ ଦେବ । ପ୍ରକାଶ ଥାଉକି 2012ରେ ଆସିଥିବା ହିଟ୍ 'ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ଇୟର'ର ଏହା ସିକ୍ବେଲ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦ ଇୟର-2'। ଫିଲ୍ମଟି ମେ 10ରେ ରିଲିଜ ହେବାକୁ ଯାଉଛି ।

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.