ETV Bharat / sitara

ଫେବୃଆରୀରେ ଦ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ କେରଲା

author img

By

Published : Jan 2, 2021, 10:35 AM IST

ସଂସ୍କୃତି ମନ୍ତ୍ରୀ ଏ.କେ ବାଲାନଙ୍କ ଦ୍ବାରା ଘୋଷଣା ହେଲା ଆଇଏଫଏଫକେ ଆୟୋଜନ କାର୍ଯ୍ୟକ୍ରମ । ଫେବୃଆରୀରେ ସମସ୍ତେ ଉପଭୋଗ କରିବେ ଏହି ଫିଲ୍ମ ଫେଷ୍ଟିଭାଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ଚେନ୍ନାଇ: ଦ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ କେରଲା( ଆଇଏଫଏଫକେ) ଏବର୍ଷ ଫେବୃଆରୀ ମାସରେ ଆୟୋଜନ ହେବାକୁ ଯାଉଛି । ଫେବୃଆରୀ 10 ତାରିଖରୁ ଚାରୋଟି ସ୍ଥାନରେ ଆୟୋଜନ ହେବ ସମାରୋହ । ଥିରୁଅଅନନ୍ତପୁରମ୍, ଏର୍ନାକୁଲମ୍, ପାଲକ୍କଡ୍ ଏବଂ ଥାଲାସେରିରେ ଏହି ସମାରୋହ ଆୟୋଜନ କରିବାକୁ ସ୍ଥିର କରିଛନ୍ତି ସଂସ୍ଥା । ଏଥର ଆଇଏଫଏଫକେର ସିଲଭର ଜୁବଲୀ ପାଳନ କରାଯିବ ।

ସେହିପରି ଏଥିରେ ଯୋଗ ଦେବାକୁ ଯାଉଥିବା ଲୋକଙ୍କ ପାଇଁ କୋରୋନା ନେଗେଟିଭି ସାର୍ଟିଫିକେଟ ବାଧ୍ୟତାମୂଳକ । ଆଉ ଏଥିରେ ସାମିଲ ହେବା ପାଇଁ ପ୍ରତିନିଧିଙ୍କ ଫିସ୍ ମଧ୍ୟ କମ କରାଯାଇ 750 ରଖାଯାଇଛି ।

ପ୍ରକାଶ ଥାଉକି ଥିରୁଅନନ୍ତପୁରମ୍‌ରେ ଫେବୃଆରୀ 10 ରୁ 14 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଫେଷ୍ଟିଭାଲ । ଆଉ ପାଲକ୍କଡ୍‌ରେ ମାର୍ଚ୍ଚ 5ରେ ଆୟୋଜନ ହେବ । ସେପଟେ ଫେବୃଆରୀ 17ରୁ 21 ପର୍ଯ୍ୟନ୍ତ ଏର୍ନାକୁଲମରେ ଆୟୋଜନ ହେବାକୁ ଥିବା ବେଳେ 23ରୁ 27 ଥାଲାସେରିରେ ଫେଷ୍ଟିଭାଲ ଦେଖିବେ ସମସ୍ତେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଏ.କେ ବାଲାନ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.