ETV Bharat / sitara

'ଦ ଇଣ୍ଟର୍ନ'ର ରିମେକରେ ବିଗ୍ ବି ! - the-intern-remake-big-b

'ଦ ଇଣ୍ଟର୍ନ' ର ହିନ୍ଦୀ ରିମେକ୍ ରେ ରୋବର୍ଟ ଡି ନିରୋଙ୍କ ଭୂମିକା ପାଇଁ ଅମିତାଭ ବଚ୍ଚନଙ୍କ ନାମ ଫିଲ୍ମର ନିର୍ମାତାଙ୍କ ଦ୍ବାରା ଅନୁମୋଦିତ ହୋଇଛି । ଅଧିକ ପଢନ୍ତୁ...

the-intern-remake-big-b-replaces-late-rishi-kapoor-in-deepika-starrer
ଦୀପିକାଙ୍କ ଷ୍ଟାରର 'ଦ ଇଣ୍ଟର୍ନ'ର ରିମେକ୍ ରେ ବିଗ୍ ବି !
author img

By

Published : Mar 19, 2021, 8:17 PM IST

ହାଇଦ୍ରାବାଦ: ବିଗ୍ ବି ଙ୍କୁ ନେଇ ନୂଆ ଚର୍ଚ୍ଚା । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ 'ଦ ଇଣ୍ଟର୍ନ'ର ହିନ୍ଦୀ ରିମେକ୍ ରେ ରୋବର୍ଟ ଡି ନିରୋଙ୍କ ଭୂମିକା ପାଇଁ ଅମିତାଭ ବଚ୍ଚନଙ୍କ ନାମ ଫିଲ୍ମର ନିର୍ମାତାଙ୍କ ଦ୍ବାରା ଅନୁମୋଦିତ ହୋଇଛି ।

  • " class="align-text-top noRightClick twitterSection" data="">

ଗତ ବର୍ଷ ଜାନୁଆରୀରେ ହଲିଉଡ କମେଡି ହିଟ୍ 'ଦ ଇଣ୍ଟର୍ନ'ର ହିନ୍ଦୀ ରିମେକ୍ ଘୋଷଣା କରାଯାଇଥିଲା । ଯେଉଁଥିରେ ଋଷି କପୁର ଏବଂ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି କୁହାଯାଇଥିଲା । ଏହି ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଥିଲା, କିନ୍ତୁ କୋରୋନା ମହାମାରୀ ହେତୁ ଏବଂ ଋଷିଙ୍କ ଦେହାନ୍ତ ଯୋଗୁଁ ସୁଟିଂ ହୋଇପାରି ନଥିଲା ।

ସେବେଠାରୁ ଫିଲ୍ମର ନିର୍ମାତା ଋଷି କପୁରଙ୍କ ରିପ୍ଲେସମେଣ୍ଟର ତଲାଶ କରୁଥିଲେ, ଏବଂ ତାଙ୍କ ନଜର ବିଗି ବି ଙ୍କ ଉପରେ ପଡିଥିଲା ।

ଯଦି ଏହି ଖବର ସତ, ତେବେ ପିକୁ ଫିଲ୍ମ ପରେ ଏହା ଦ୍ବିତୀୟ ଥର ହେବ, ଯେଉଁଠି ଅମିତାଭ ଏବଂ ଦୀପିକା ଏକାଠି ନଜର ଆସିବେ ।

ପ୍ରକାଶ ଥାଉ ଯେ, ଏହି ଚଳଚ୍ଚିତ୍ରଟି ଦୀପିକାଙ୍କ 'କା ପ୍ରଡକ୍ସନ୍ସ' ଏବଂ ସୁନୀର ଖେତରପାଲଙ୍କ ଅଜୁର୍ ଏଣ୍ଟରଟେନମେଣ୍ଟ ଦ୍ବାରା ପ୍ରସ୍ତୁତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.