ନୂଆଦିଲ୍ଲୀ: ନେଟଫ୍ଲିକ୍ସରେ ଆସୁଥିବା ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଫିଲ୍ମ 'ଦ ଗାର୍ଲ ଅନ୍ ଦ ଟ୍ରେନ୍'ର ଟ୍ରେଲର ରିଲିଜ୍ ହୋଇଛି । 'ଦ ଗାର୍ଲ ଅନ୍ ଦ ଟ୍ରେନ୍' ଏକ ମିଷ୍ଟ୍ରି-ଥ୍ରୀଲର ଫିଲ୍ମ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରିଭୂ ଦାସଗୁପ୍ତ ।
ଫିଲ୍ମରେ ପରିନୀତି ଜଣେ ମର୍ଡର ସସପେକ୍ଟ ଭୂମିକାରେ ଅଭିନୟ କରୁଛନ୍ତି।
'ଦ ଗାର୍ଲ ଅନ୍ ଦ ଟ୍ରେନ୍' କାହାଣୀ ଏକ ଝିଅ ମିରାକୁ ନେଇ ଆଧାରିତ । ଯିଏ ପ୍ରତିଦିନ ଟ୍ରେନରେ ଯାତ୍ରା କରିବା ସମୟରେ ଏକ ପରିବାରକୁ ସୁଖମୟ ଜୀବନଯାପନ କରୁଥିବାର ଦେଖନ୍ତି । ତା’ପରେ ଦିନେ ଦେଖିବାକୁ ମିଳେ ଯେ, ତାଙ୍କ ନିଜ ଜୀବନ ବଦଳିଯାଏ ।
ଫିଲ୍ମରେ ପରିଣୀତିଙ୍କ ବ୍ୟତୀତ ଆଦିତ୍ୟ ରାଓ ହୈଦରୀ, କିର୍ତ୍ତୀ କୁଲହରି ଏବଂ ଅବିନାଶ ତିୱାରୀ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
- " class="align-text-top noRightClick twitterSection" data="">
ଗତ ବର୍ଷ ମେ ମାସରେ 'ଦ ଗାର୍ଲ ଅନ୍ ଦ ଟ୍ରେନ୍' ରିଲିଜ୍ ହେବାର ଥିଲା, କିନ୍ତୁ କୋରୋନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । 'ଦ ଗାର୍ଲ ଅନ୍ ଦ ଟ୍ରେନ୍' ଏହା ସମାନ ନାମର ହଲିଉଡ ଫିଲ୍ମର ରିମେକ୍ ।
'ଦ ଗାର୍ଲ ଅନ୍ ଦ ଟ୍ରେନ୍' ସହିତ ପରିନୀତି OTT ପ୍ଲାଟଫର୍ମରେ ଡେବ୍ୟୁ କରୁଛନ୍ତି ।
ପ୍ରକାଶ ଥାଉ ଯେ, କୋରୋନା କାରଣରୁ, 2020ରେ, ଅନେକ ବଡ ଚଳଚ୍ଚିତ୍ର ପ୍ରେକ୍ଷାଳୟ ବନ୍ଦ ହେତୁ OTT ରେ ରିଲିଜ୍ ହୋଇଥିଲା । ଏହି ଚଳଚ୍ଚିତ୍ରଗୁଡ଼ିକ ମୁଖ୍ୟତଃ ଆମାଜନ ପ୍ରାଇମ, ନେଟଫ୍ଲିକ୍ସ ଏବଂ ଡିଜନି ପ୍ଲସ୍ ହଟଷ୍ଟାର ଭଳି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା ।