ETV Bharat / sitara

ଖୁବଶୀଘ୍ର Disney +hotstarରେ ଆସୁଛି ନିଖିଲଙ୍କ 'The Empire' ସିରିଜ

author img

By

Published : Jul 9, 2021, 5:17 PM IST

ରାଜବଂଶ କାହାଣୀ ଉପରେ ଆଧାରିତ ଫିଲ୍ମମେକର ନିଖିଲ ଆଡଭାନୀଙ୍କ ନୂଆ ସିରିଜ 'The Empire' ଖୁବଶୀଘ୍ର Disney +hotstarରେ ରିଲିଜ ହେବ । ଅଧିକ ପଢନ୍ତୁ...

ଖୁବଶୀଘ୍ର Disney +hotstarରେ ଆସୁଛି ନିଖିଲଙ୍କ 'The Empire' ସିରିଜ
ଖୁବଶୀଘ୍ର Disney +hotstarରେ ଆସୁଛି ନିଖିଲଙ୍କ 'The Empire' ସିରିଜ

ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ମାତା ନିଖିଲ ଆଡଭାନୀ ପୁଣିଥରେ ତାଙ୍କର ନୂଆ ଧାରାବାହିକ 'The Empire' ପାଇଁ ଡିଜନି + ହଟଷ୍ଟାର ସହିତ ସହଯୋଗିତା କରୁଛନ୍ତି । ଆଡଭାନୀଙ୍କ ଏହି ହଟଷ୍ଟାର ସ୍ପେସିଆଲ ସିରିଜ ଏକ ରାଜବଂଶର ଉତ୍ପତ୍ତି ବିଷୟକୁ ନେଇ ଦର୍ଶକଙ୍କୁ ଏକ ଦୁଃସାହସିକ ଡ୍ରାମା ଭେଟି ଦେବାକୁ ଯାଉଛି ।

  • " class="align-text-top noRightClick twitterSection" data="">

ଏଥିରେ ଜଣେ ଯୋଦ୍ଧା, ଦୁଃସାହସିକ ଏବଂ ଜଣେ ରାଜାଙ୍କ ଜୀବନ କାହାଣୀକୁ ଅନୁସରଣ କରାଯାଇଛି । ଭାରତରେ ସୃଷ୍ଟି ହୋଇଥିବା ସର୍ବଶ୍ରେଷ୍ଠ ଶୋ' ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଥିବା ଏମ୍ପାୟାର ଟିଜର ଏକ ଚମତ୍କାର ଭିଜୁଆଲ ଦର୍ଶନର ପ୍ରତିଶୃତି ଦେଇଛି । ଯାହାକି ପୂର୍ବରୁ ଡିଜିଟାଲ କ୍ଷେତ୍ରରେ ଦେଖାଯାଇନଥିଲା ବୋଲି ସୂଚନା ମିଳିଛି । ଏହି ସିରିଜରେ ନିର୍ଦ୍ଦେଶନା ଦେଇଛନ୍ତି ମିତାକ୍ଷରା କୁମାର ।

କଲ ହୋ ନା ହୋ, ବାଟଲା ହାଉସ ଭଳି ଫିଲ୍ମ ପାଇଁ ଆଡଭାନୀ ବଲିଉଡରେ ବେଶ ଜଣାଶୁଣା । ତେବେ ସେ ନଭେମ୍ବର ଷ୍ଟୋରୀ ଓ ଗ୍ରହଣକୁ ନେଇ ହଟଷ୍ଟାର ସହିତ ପୂର୍ବରୁ କାମ କରିସାରିଛନ୍ତି । ଏହି ପ୍ରୋଜେକ୍ଟରେ ଭଉଣୀ ମନିଶା ଆଡଭାନୀ ମଧ୍ୟ ତାଙ୍କୁ ସହଯୋଗ କରିଛନ୍ତି ।

'The Empire' ସିରିଜକୁ ତିଆରି କରିବା ଆଡଭାନୀଙ୍କ ପାଇଁ ବେଶ ଆହ୍ବାନପୂର୍ଣ୍ଣ ଥିଲା । କାହାଣୀକୁ ଭିଜୁଆଲ ମାଧ୍ୟମରେ ଜୀବନ୍ତ ଭାବେ ଦର୍ଶାଇବା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.