ETV Bharat / sitara

ପ୍ଲେନରେ କାନ୍ଦିଲେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ! - ନିକ ଜୋନସ

ବିମାନରେ କାନ୍ଦିଲେ ଗ୍ଲୋବାଲ ଆଇକନ ତଥା ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଜାଣନ୍ତୁ କାହିଁକି...

ବିମାନରେ କାନ୍ଦିଲେ ଗ୍ଲୋବାଲ ଆଇକନ ପ୍ରିୟଙ୍କା !

author img

By

Published : Aug 31, 2021, 1:52 PM IST

ହାଇଦ୍ରାବାଦ: କର୍ମକ୍ଷେତ୍ରକୁ ଫେରିବା ବେଳେ ବିମାନରେ କାନ୍ଦିଲେ PC ବା ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା । ସେ ଆନ୍ତର୍ଜାତିକ ସିରିଜ 'Citadel'ର ସୁଟିଂ କରୁଥିବା ବେଳେ କିଛି ଦିନ ପାଇଁ ସ୍ବାମୀ ନିକ ଜୋନସଙ୍କ ସହ ଛୁଟି କାଟିବା ପାଇଁ ଆସିଥିଲେ । ତେବେ ମହାମାରୀର ଭୟାବହତା ମଧ୍ୟରେ ସୁଟିଂ ସେଟକୁ ଫେରିବା ସମୟରେ ସେ ଏପରି କାନ୍ଦିଥିବା ଦେଖିବାକୁ ମିଳିଛି ।

ଏକ ମାଗାଜିନକୁ ଇଣ୍ଟରଭ୍ୟୁ ଦେବା ସମୟରେ ପିସି କହିଥିଲେ ଯେ ସେ ସ୍ବାମୀଙ୍କ ସହ ବିତାଉଥିବା ଛୁଟିକୁ ବେଶ ଉପଭୋଗ କରୁଛନ୍ତି । ପ୍ରିୟଙ୍କା ପ୍ରାୟ ୬ ମାସ ଧରି ପରିବାର ସହ ସମୟ ବିତାଇଛନ୍ତି । ଏହି ସମୟରେ ସେ ନିଜକୁ ସୁରକ୍ଷିତ ଭାବୁଥିଲେ । ଏହାସହିତ କେବଳ କାର୍ଯ୍ୟ ପାଇଁ ସେ ପ୍ରଥମ ଥର ପାଇଁ ଜର୍ମାନୀ ଯାଉଥିଲେ । ଏଥିଲାଗି ସେ ବିମାନରେ ଭୟଙ୍କର ଭାବେ କାନ୍ଦିଥିଲେ ବୋଲି କହିଥିଲେ । କିନ୍ତୁ ସୁଟିଂ ସେଟରେ କୋଭିଡ଼ ପ୍ରୋଟୋକଲ ପାଳନ ହେଉଥିବାରୁ ସେ ନିଜକୁ ସୁରକ୍ଷିତ ଭାବିଥାନ୍ତି ବୋଲି କହିଛନ୍ତି ।

ତେବେ ଗତ ୨ ଦଶନ୍ଧି ଧରି ପ୍ରିୟଙ୍କା କେବଳ ନିଜ କାମ ଉପରେ ଫୋକସ କରିଛନ୍ତି ବୋଲି କହିଛନ୍ତି । କିନ୍ତୁ ଆଗାମୀ ଦିନରେ ସେ କାମ ଓ ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା କରିବେ ବୋଲି କହିଛନ୍ତି । ସୂଚନା ଥାଉ କି ପ୍ରିୟଙ୍କା ଆଗକୁ ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଜି ଲେ ଜରା'ରେ ନଜର ଆସିବେ । ତେବେ ଏହି ରୋଡ଼ ଷ୍ଟ୍ରିପ ଡ୍ରାମାରେ ପ୍ରିୟଙ୍କାଙ୍କ ସହ କଳାକାର ଭାବେ କ୍ୟାଟ୍ରିନା କେଫ ଓ ଆଲିଆ ଭଟ୍ଟ ମଧ୍ୟ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.