ETV Bharat / sitara

ମନ୍ଦିରରେ ନିଧିଙ୍କ ମୂର୍ତ୍ତି, ପୂଜାର୍ଚ୍ଚନା କଲେ ଫ୍ୟାନ୍ସ - ଅଭିନେତ୍ରୀ ନିଧି ଅଗ୍ରୱାଲଙ୍କ ମୂର୍ତ୍ତି ନିର୍ମାଣ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସାମ୍ନାକୁ ଆସିଛି ବଡ ଖବର । ସୋନୁଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ ମୂର୍ତ୍ତି ମନ୍ଦିରରେ ସ୍ଥାନ ପାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 17, 2021, 9:40 AM IST

ମୁମ୍ବାଇ: ସାଉଥ ସିନେ ପ୍ରେମୀଙ୍କ କଥା କିଛି ନିଆରା । ସେମାନଙ୍କୁ ଯେଉଁ ଅଭିନେତା, ଅଭିନେତ୍ରୀଙ୍କ କାମ ପସନ୍ଦ ଆସେ ସେମାନଙ୍କୁ ଭଗବାନଙ୍କ ଭଳି ପୂଜା କରନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି । ସାଉଥରେ ନିର୍ମାଣ ହୋଇଛି ଆଉ ଜଣେ ଅଭିନେତ୍ରୀଙ୍କ ମୂର୍ତ୍ତି । ପୂର୍ବରୁ ଲୋକପ୍ରିୟ ଅଭିନେତା ସୋନୁ ସୁଦଙ୍କ ମୂର୍ତ୍ତି ତିଆରି କରି ପୂଜାଅର୍ଚ୍ଚନା କରିଥିଲେ ପ୍ରଶଂସକ ।

ହେଲେ ଏଥର ଅଭିନେତ୍ରୀ ନିଧି ଅଗ୍ରୱାଲଙ୍କ ମୂର୍ତ୍ତି ତିଆରି କରି ମନ୍ଦିରରେ ସ୍ଥାପନ କରିଛନ୍ତି ପ୍ରଶଂସକ । 2017ରେ ଅଭିନେତ୍ରୀ ଆରମ୍ଭ କରିଥିଲେ ଅଭିନୟ କ୍ୟାରିୟର । ସେ ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ସହ ଫିଲ୍ମ ‘ମୁନ୍ନା ମାଇକେଲ’ରେ ନଜର ଆସିଥିଲେ। ଏହାପରେ ତାଙ୍କ ହାତରେ ଲାଗିଥିଲା ଅନେକ ତାମିଲ ଓ ତେଲୁଗୁ ଫିଲ୍ମ।

ବହୁତ କମ୍ ସମୟରେ ତାଙ୍କ ଅଭିନୟର ଏତେ ପ୍ରଶଂସକ ବଢିଯାଇଛନ୍ତି ଯେ ଯେଉଁମାନେ ବର୍ତ୍ତମାନ ତାଙ୍କର ମୂର୍ତ୍ତି ତିଆରି କରି ମନ୍ଦିରରେ ସ୍ଥାପନ କରିଛନ୍ତି । ଚେନ୍ନାଇର ଏକ ମନ୍ଦିରରେ ସ୍ଥାପନ କରାଯାଇଛି ତାଙ୍କ ମୂର୍ତ୍ତି । ଖାଲି ଏତିକି ନୁହେଁ ସ୍ଥାପନ କରିବା ପୂର୍ବରୁ ଭଗବାନଙ୍କ ମୂର୍ତ୍ତି ପରି ନିଧିଙ୍କ ମୂର୍ତ୍ତିରେ କ୍ଷୀର ଢାଳିଥିଲେ ପ୍ରଶଂସକ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.