ମୁମ୍ବାଇ: କାଜଲଙ୍କ ଭଉଣୀ ତଥା ଅଭିନେତ୍ରୀ ତନିଷା ମୁଖାର୍ଜୀ ଦୀର୍ଘ ସମୟ ପରେ ସିଲଭର ସ୍କ୍ରିନରେ ନଜର ଆସିବେ । ସେ ଫିଲ୍ମ ‘କୋଡ ନେମ ଅବ୍ଦୁଲ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଈଶ୍ବର ଗୁଣ୍ଟୁର ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଗୁଇନ୍ଦା ସଂସ୍ଥାକୁ ଦିଆଯାଇଥିବା ଏକ ଗୁପ୍ତ ମିଶନକୁ ନେଇ ଆଧାରିତ ।
ତନିଷାଙ୍କ ସହ ଫିଲ୍ମରେ ନବାଗତ ଅଭିନେତା ଅକ୍କୁ କୁଲହାରୀ ରୋମାନ୍ସ କରୁଥିବାର ଦେଖାଯିବେ । ଏହି ଅବସରରେ ତନିଷା କହିଛନ୍ତି କି ଏହା ପ୍ରଥମଥର ଯେବେ ସେ କୌଣସି ଆକ୍ସନ ଥ୍ରିଲର ସ୍ପେସରେ କାମ କରିବେ । ଏହି ପ୍ରୋଜେକ୍ଟକୁ ନେଇ ସେ ବହୁତ ଉତ୍ସାହିତ । ଏହି ଫିଲ୍ମ ମାଧ୍ୟମରେ ସେ ନିଜ ପାଇଁ ସ୍ଥାନ ସ୍ଥାପନ କରିପାରିବେ ।
ପ୍ରକାଶ ଥାଉକି ଏହାପୂର୍ବରୁ ତନିଷା ‘ନିଲ ଆଣ୍ଡ ନିକ୍କି’ ଏବଂ ‘ଟାଙ୍ଗୋ ଚାର୍ଲି’ରେ ଅଭିନୟ କରିଥିଲେ । ଏଯାବତ ତନିଷା ନିଜ ଫିଲ୍ମ କ୍ୟାରିୟରେ 11ଟି ଫ୍ଲପ ଫିଲ୍ମ ଦେଇସାରିଛନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ କି ବଲିଉଡରେ ଭଲ ଫିଲ୍ମ ନିର୍ମାଣ ହେବା ବନ୍ଦ ହୋଇଯାଇଛି । ଫିଲ୍ମ ଠାରୁ ଭଲ ଡିଜିଟାଲ ଦୁନିଆ ।