ମୁମ୍ବାଇ: ୱେବ ସିରିଜ ତାଣ୍ଡବକୁ ନେଇ ଜବରଦସ୍ତ ହଙ୍ଗାମା ମଧ୍ୟରେ ନିର୍ଦେଶକ ଅଲୀ ଅବାସ ଜଫରଙ୍କ କ୍ଷମା ସହ ଜଡିତ ଏକ ଚିଠି ସାମ୍ନାକୁ ଆସିଛି । ଗୋଟିଏ ଚିଠି ସେ ଟ୍ୱିଟ କରିଛନ୍ତି । ତେବେ ଟ୍ବିଟରେ ଦିଆଯାଇଥିବା ଚିଠି ଅନୁଯାୟୀ ଅଫିସିଆଲ କାଷ୍ଟ ଓ କ୍ରୁଙ୍କ ପକ୍ଷରୁ କୁହାଯାଇଛି ଯେ ଆମେ କାହାରି ଭାବନାକୁ ଆଘାତ ପହଞ୍ଚାଇବାକୁ ଚାହୁଁନାହଁ । ୱେବ ସିରିଜରେ କାହାରି ଧାର୍ମିକ ଭାବନାକୁ କୁଠାରଘାତ କରିବା ଆମର ଉଦ୍ଦେଶ୍ୟ ନୁହେଁ । ଯଦି କାହାରି ଭାବନାକୁ ଆଘାତ ପହଞ୍ଚିଥାଏ, ତାହେଲେ କ୍ଷମାପ୍ରାର୍ଥୀ ବୋଲି ଚିଠିରେ ଲେଖାଯାଇଛି ।
ତାଣ୍ଡବର ମେକର୍ସଙ୍କ ପକ୍ଷରୁ ଅଫିସିଆଲ ବୟାନ ଜାରି କରାଯାଇ କୁହାଯାଇଛି ଯେ ଆମେ ୱେବ ସିରିଜ ତାଣ୍ଡବ ଉପରେ ଆସୁଥିବା ଦର୍ଶକଙ୍କ ପ୍ରତିକ୍ରିୟାକୁ ଅନୁଧ୍ୟାନ କରୁଛୁ । ସୋମବାର ଆଲୋଚନା ସମୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆମେ ଅଭିଯୋଗ ଓ ଆବେଦନ ବାବଦରେ ଅବଗତ କରାଗଲା । ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇବା ସମ୍ବନ୍ଧୀୟ ଅଭିଯୋଗକୁ ଆମେ ଗମ୍ଭୀରତାର ସହ ଦେଖୁଛୁ ।
ଏହାସହ ବୟାନରେ ଆହୁରି ମଧ୍ୟ କୁହାଯାଇଛି ଯେ ୱେବ ସିରିଜ ତାଣ୍ଡବ ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ଏହାର କୌଣସି ଜୀବତ ବ୍ୟକ୍ତି ଓ ଘଟଣା ସହ ସମ୍ପୃକ୍ତି ନାହିଁ । ତବେ ଦର୍ଶକଙ୍କ ପକ୍ଷରୁ ବ୍ୟକ୍ତ କରାଯାଉଥିବା ଚିନ୍ତାକୁ ଗମ୍ଭୀରତାର ସହ ନିଆଯାଉଛି ଓ କହାରି ଭାବନାକୁ ଯଦି ଅଜାଣତରେ ଆଘାତ ପହଞ୍ଚିଥିବ ତେବେ ଆମେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି କୁହାଯାଇଛି ।