ETV Bharat / sitara

ୟଶଙ୍କ ଇନଟେନ୍ସ ଲୁକ, ଭାଇରାଲ ଫଟୋ

author img

By

Published : Dec 8, 2020, 10:02 AM IST

ବହୁପ୍ରତିକ୍ଷିତ ଫିଲ୍ମ ‘କେଜିଏଫ ଚାପ୍ଟର 2’ରୁ ସାମ୍ନାକୁ ଆସିଲା ୟଶଙ୍କ ନୂଆ ପୋଷ୍ଟର । ଦମଦାର ଅନ୍ଦାଜରେ ଆସିଲେ ନଜର । ଜାନୁଆରୀ 8ରେ ରିଲିଜ ହେବ ଫିଲ୍ମର ଜବରଦସ୍ତ ଟ୍ରେଲର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟଶ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟଶ

ମୁମ୍ବାଇ: ଦୀର୍ଘ ସମୟରୁ ତାମିଲ ସୁପରଷ୍ଟାର ୟଶଙ୍କ ବ୍ଲକବଷ୍ଟର ଫିଲ୍ମ ‘କେଜିଏଫର ଚାପ୍ଟର 2’ ଦେଖିବାକୁ ବ୍ୟାକୁଳ ସମସ୍ତେ । 8 ମାସରୁ ଅଧା ପଡିଥିବା ଫିଲ୍ମର ସୁଟିଂ କିଛି ଦିନ ପୂର୍ବରୁ ହାଇଦ୍ରାବାଦରେ ଆରମ୍ଭ ହୋଇଯାଇଛି । ଏଥର ପରଦାରେ ତାଙ୍କ ସହ ଲଢିବେ ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତ । ସେହିପରି ସୁନ୍ଦରୀ ଅଭିନେତ୍ରୀ ରବୀନା ଟଣ୍ଡନ ମଧ୍ୟ ଫିଲ୍ମରେ ନଜର ଆସିବେ । ଇତିମଧ୍ୟରେ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ‘କେଜିଏଫ ଚାପ୍ଟର 2’ରୁ ୟଶଙ୍କ ଏକ ନୂଆ ଲୁକ ପୋଷ୍ଟର ଜାରି ହେବା ସହ ଏକ ଟିଜର ଭିଡିଓ ମଧ୍ୟ ରିଲିଜ କରିଛନ୍ତି ମେକର୍ସ । ସେହିପରି ନିକଟରେ ଫିଲ୍ମର ଟ୍ରେଲର ରିଲିଜ କରିବା ଘୋଷଣା କରିଥିଲେ ମେକର୍ସ । ଆସନ୍ତା ଜାନୁଆରୀ 8 ତଥା ୟଶଙ୍କ ବର୍ଥଡେରେ ଦମଦାର ଟିଜର ରିଲିଜ କରାଯିବ ।

ବର୍ତ୍ତମାନ ଭାଇରାଲ ହେଉଥିବା ୟଶଙ୍କ ଫଟୋରେ ଆପଣ ଦେଖିପାରିବେ ତାଙ୍କ ଇନଟେନ୍ସ ଲୁକ । ହ୍ବାଇଟ ସର୍ଟ ସହ ବ୍ଲାକ କୋଟରେ ଦେଖିବାକୁ ମିଳୁଛି ତାଙ୍କର ଭିନ୍ନ ଅନ୍ଦାଜ । ପୋଷ୍ଟରକୁ ଇନଷ୍ଟାଗ୍ରାମରେ ସେୟାର କରି ସେ ଲେଖିଛନ୍ତି, ‘ସେମାନେ କୁହନ୍ତି, ସମସ୍ତ ଭଲ ଜିନିଷ ସମାପ୍ତ ହୁଏ । ଏହା କେଜିଏଫର ଶେଷ ସିଡ୍ୟୁଲ ହୋଇପାରେ କିନ୍ତୁ ଭିଲେନ ସବୁବେଳେ ରୁହେ ।’ ଆଉ ଟିଜର ଭିଡିଓରେ କ୍ରୋଧରେ ନଜର ଆସୁଛନ୍ତି ସେ । ଯାହାର କ୍ୟାପସନରେ ଲେଖାଯାଇଛି, ‘ଆଖିରେ ନିଆଁ, ଭିଲେନ ଲାଇଫ ଇନ ଦ ବ୍ଲଡ୍ । ଭିଲେନ ଇଜ୍ ହିୟର ।’

ପ୍ରକାଶ ଥାଉକି ଗତ ବର୍ଷ ୟଶଙ୍କ ବର୍ଥଡେ ସ୍ପେଶାଲ କରିବାକୁ ଯାଉ ମେକର୍ସ ଫାଷ୍ଟଲୁକ ପୋଷ୍ଟର ଜାରି କରିଥିଲେ । ଫଟୋ ଭାଇରାଲ ହେବା ପରଠୁ ଫିଲ୍ମ ଦେଖିବାକୁ ଉତ୍ସାହିତ ସମସ୍ତେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.