ETV Bharat / sitara

ଆରପାରିରେ ତାମିଲ ନିର୍ଦ୍ଦେଶକ କେ.ଭି ଆନନ୍ଦ

author img

By

Published : Apr 30, 2021, 9:45 AM IST

ତାମିଲ ଇଣ୍ଡଷ୍ଟ୍ରିରେ ନିର୍ଦ୍ଦେଶକ ଆନନ୍ଦଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା । ହୃଦଘାତରେ ଆଖି ବୁଜିଲେ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ଆରପାରିରେ ତାମିଲ ନିର୍ଦ୍ଦେଶକ କେ.ଭି ଆନନ୍ଦ
ଆରପାରିରେ ତାମିଲ ନିର୍ଦ୍ଦେଶକ କେ.ଭି ଆନନ୍ଦ

ମୁମ୍ବାଇ: ତାମିଲ ନିର୍ଦ୍ଦେଶକ ତଥା ସିନେମାଟୋଗ୍ରାଫର କେ.ଭି ଆନନ୍ଦଙ୍କର ଶୁକ୍ରବାର ଦେହାନ୍ତ ହୋଇଛି। ଚେନ୍ନାଇରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ୍ୟୁ ସମୟରେ ତାଙ୍କୁ 54 ବର୍ଷ ବୟସ ହୋଇଥିଲା। ଏହି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସଙ୍କୁ ଠୁ ନେଇ ସେଲିବ୍ରିଟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଆରପାରିରେ ତାମିଲ ନିର୍ଦ୍ଦେଶକ କେ.ଭି ଆନନ୍ଦ
ଆରପାରିରେ ତାମିଲ ନିର୍ଦ୍ଦେଶକ କେ.ଭି ଆନନ୍ଦ

କେ.ଭି ଆନନ୍ଦ ଫଟୋ ସାମ୍ବାଦିକ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ପ୍ରସିଦ୍ଧ ସିନେମାଟୋଗ୍ରାଫର ପିସି ଶ୍ରୀରାମଙ୍କ ସହ ‘ଗୋପୁରା ଭାସାଲିଲି’, ‘ମୀରା’, ‘ଦେୱର ମଗନ’, ‘ଅମ୍ରାନ’ ଏବଂ ଥିରୁଦା ଭଳି ଚଳଚ୍ଚିତ୍ରରେ ସହକାରୀ ଭାବରେ କାର୍ଯ୍ୟ କରିଥିଲେ। 1994ରେ ମାଲାୟାଲମ ଚଳଚ୍ଚିତ୍ର ‘ଥେନମାଭିନ କୋମ୍ବାଥ’ ପାଇଁ ଆନନ୍ଦଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା।

ଏକ ଦଶନ୍ଧି ଧରି ସିନେମାଟୋଗ୍ରାଫର ଭାବରେ କାର୍ଯ୍ୟ କରିବା ପରେ ସେ 2005ରେ ନିର୍ଦ୍ଦେଶନା କ୍ଷେତ୍ରରେ ପ୍ରବେଶ କରିଥିଲେ। ସେ ‘କାନା କାଣ୍ଡେନ’ ଚଳଚ୍ଚିତ୍ରରେ ପ୍ରଥମେ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ‘ଅୟାନ’, ‘କୋ ମତ୍ରଣ’, ‘ଅନେଗନ’, ‘କୱନ’ ଏବଂ 2କପ୍ପନ’ ଭଳି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ ।

କେ.ଭି ଆନନ୍ଦଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଦୁଃଖ ପ୍ରକାଶ କରୁଛନ୍ତି। ତାଙ୍କର ପ୍ରଶଂସକମାନେ ମଧ୍ୟ ବହୁତ ଦୁଃଖି ନଜର ଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.